Below header

ପିଏମ ମୋଦିଙ୍କୁ ଟାର୍ଗେଟ କଲେ ‘ଦଙ୍ଗଲ ଗାର୍ଲ’, ସୋସିଆଲ ଆକାଉଣ୍ଟରେ ରଖିଲେ ଏପରି ମତ

ବଡ ପରଦାରେ ଦଙ୍ଗଲ ଗାର୍ଲ ଭାବେ ପରିଚିତ ଅଭିନେତ୍ରୀ ଜାଇରା ୱାସିମ ଏଭିତରେ ବଲିଉଡରୁ ସନ୍ୟାସ ନେଇଛନ୍ତି । ଅଭିନୟ କ୍ଷେତ୍ର ଛାଡ଼ି ଏବେ ଅନ୍ୟାନ କ୍ଷେତ୍ରରେ ସେ ନିଜକୁ ନିୟୋଜିତ ରଖୁଛନ୍ତି । ବିଭିନ୍ନ ସାମାଜିକ ଓ ରାଜନୈତିକ କ୍ଷେତ୍ର ଗୁଡିକରେ ମତ ରଖିବା ନେଇ ଏବେ ଜାଇରା ଚର୍ଚ୍ଚାରେ ରହୁଛନ୍ତି । କାଶ୍ମୀର ଜନ୍ମିତ ଜାଇରା ଭାରତର ବର୍ତ୍ତମାନ ପରିସ୍ଥିତି ଉପରେ ହିଁ ନିଜ ମତ ରଖୁଛନ୍ତି । ଏହି ନିକଟରେ ଜାଇରା ସୋସିଆଲ ମିଡ଼ିଆ ଜରିଆରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ନିଜର ଏକ ମତ ରଖିଛନ୍ତି ।

zaira

ଜାଇରା ନିଜ ଅଫିସିଆଲ ଟ୍ୱିଟର ହାଣ୍ଡଲ ଜରିଆରେ ଏକ ଟ୍ୱିଟ କରି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି କି, ” ଆପଣଙ୍କୁ ରାତିରେ ସୁଖକର ନିଦ କେମିତି ଆସୁଛି ? ଜାଇରାଙ୍କ ଏହି ଟ୍ୱିଟକୁ ତାଙ୍କ ୟୁଜର ମାନେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ସାକ୍ଷତକାର ସମୟରେ କହିଥିଲେ କି, ତାଙ୍କୁ ଆମ୍ବ ଖୁବ ପସନ୍ଦ ବୋଲି । ଯାହାକୁ ନେଇ ସୋସିଆଲ ମିଡ଼ିଆ ଗୁଡିକରେ ଚର୍ଚ୍ଚା ଖୁବ ଜୋର ଧରିଥିଲା । ଏହା ପୂର୍ବରୁ ଜାଇରା ଜାମ୍ମୁ- କାଶ୍ମୀରୁ ୩୭୦ ଧାରା ଉଚ୍ଛେଦ ନେଇ ନିଜ ମତ ରଖିବା ସହ ଅନେକ ପ୍ରଶ୍ନ ଉଠାଇ ବିବାଦରେ ରହିଥିଲେ ।

ଏହି ଘଟଣାରେ ଜାଇରାଙ୍କ ବ୍ୟତୀତ ବଲିଉଡର ଅନ୍ୟ କଳାକାର ମାନେ ବି ନିଜ ନିଜ ପ୍ରତିକ୍ରିୟା ବିଭିନ୍ନ ସୋସିଆଲ ମିଡିଆରେ ରଖିଥିବା ସାମ୍ନାକୁ ଆସିଥିଲା । ଅନେକ ସମୟରେ ଜାଇରା କାଶ୍ମୀର ସ୍ୱାଧୀନତାକୁ ନେଇ ବି ପ୍ରଶ୍ନ ଉଠାଇଥାନ୍ତି । ତାଙ୍କ ଅନୁଯାୟୀ ଏକ ଉଦ୍ଦେଶ୍ୟ ରଖାଯାଇ ହିଁ କାଶ୍ମୀର ବାସୀଙ୍କ ସ୍ୱାଧୀନତା କୁ ସେମାନଙ୍କ ଠାରୁ ଛଡାଇ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.