ଆପଣଙ୍କ ବସିବା ଅଭ୍ୟାସ ଆପଣଙ୍କ ଶରୀରକୁ ପହଞ୍ଚାଇଥାଏ ହାନି, ଜାଣନ୍ତୁ କିପରି

ସାଧାରଣତଃ ଆଜିକାଲିର ଯୁବପିଢି ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ ଚାଲିଚଳନକୁ ଆପଣାଇଥାନ୍ତି। ଅଧିକାଂଶ ଯୁବକ ଯୁବତୀ ଏବେ ବସିବା ସମୟରେ ସିଧା ହୋଇ ନବସି ଗୋଡ ଉପରେ ଗୋଡ ପକାଇ (cross leg) କରି ବସୁଥିବା ଦେଖିବାକୁ ମିଳୁଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଆପଣଙ୍କର ଏହି ବସିବା ଷ୍ଟାଇଲ ଆପଣଙ୍କ ଶରୀରକୁ ହାନି ପହଞ୍ଚାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଏପରି ପୋଜିସନରେ ବସିବା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଆଣିଥାଏ। ଆସନ୍ତୁ ଜାଣିବା ଏପରି ବସିବା ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ।

ପେଲଭିକ୍‌ ଇନବାଲାନ୍ସ : ଏପରି ବସିବା ଦ୍ୱାରା ମଣିଷ ଶରୀରର ପେଲଭିକ୍‌ ମାଂସପେଶୀ ଅସନ୍ତୁଳନ ହୋଇଥାଏ। ଏପରି ପ୍ରତିଦିନ ଅଧିକ ଘଣ୍ଟା ବସିବା ଦ୍ୱାରା ଜଙ୍ଘ ସଂକୁଚିତ, ଫୁଲିବା ଇତ୍ୟାଦି ସମସ୍ୟା ଦେଖିବାକୁ ମିଳିଥାଏ।

leg cross

ବ୍ଲଡ ସର୍କୁଲେସନ ଉପରେ ପ୍ରଭାବ : ଗୋଡ ଉପରେ ଗୋଡ ରଖି ବସିବା ଦ୍ୱାରା କେବଳ ବ୍ଲକ ପ୍ରେସର ନୁହେଁ ବରଂ ବ୍ଲଡ ସର୍କୁଲେସନ ମଧ୍ୟ ପ୍ରଭାବିତ ହୋଇଥାଏ। ଏପରି ସ୍ଥିତିରେ ବସିବା ସମୟରେ ଦୁଇଟି ଯାକ ଗୋଡରେ ସମାନ ପରିମାଣରେ ବ୍ଲଡ ସର୍କୁଲେସନ ହୋଇନଥାଏ। ଏହି କାରଣରୁ ଗୋଡ ଝିମିଝିମ୍‌ ହୋଇଯାଇଥାଏ।

blood

ବ୍ଲଡପ୍ରେସର ଉପରେ ପ୍ରଭାବ : ଗୋଡ ଉପରେ ଗୋଡ ରଖି ବସିବା ଦ୍ୱାରା ରକ୍ତଚାପ ବଢିଥାଏ। ସେଥିପାଇଁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏପରି ପୋଜିସନରେ ବସିବା ଉଚିତ ନୁହେଁ। ଏହାଛଡା ଯାହାର ରକ୍ତଚାପ ସମସ୍ୟା ନଥାଏ ,ସେମାନେ ମଧ୍ୟ ଏପରି ସ୍ଥିତିରେ ବସନ୍ତୁ ନାହିଁ।

ଲୋୟର ବ୍ୟାକ୍‌ ଯନ୍ତ୍ରଣା : ଆପଣ ବସିବା ଉଠିବା ସମୟରେ ଅଣ୍ଟାର ତଳ ଭାଗରେ ଯନ୍ତ୍ରଣା ହେଉଛି କି ? ଯଦି ଏପରି ହେଉଥାଏ, ତେବେ ଗୋଡ ଉପରେ ଗୋଡ ପକାଇ ବସନ୍ତୁ ନାହିଁ।

back

ଜଏଣ୍ଟ ପେନ୍‌ : ଅଫିସରେ ୮ରୁ ୯ ଘଣ୍ଟା ଚେୟାରରେ ବସିବା ଦ୍ୱାରା ଗୋଡର ଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଯଦି ଆପଣ ଏପରି ସମସ୍ୟାରେ ଗତି କରୁଥାନ୍ତି ଏବଂ ଯୋଗ, ବ୍ୟାୟାମ କରି ମଧ୍ୟ ଏହି ଯନ୍ତ୍ରଣା କମ୍‌ ହେଉନି। ତେବେ ଆପଣ ଗୋଡ ଉପରେ ଗୋଡ ପକାଇ ବସିବା ଅଭ୍ୟାସ ବନ୍ଦ କରିଦିଅନ୍ତୁ। ଏହାହିଁ ଜଏଣ୍ଟ ପେନ୍‌ର ପ୍ରମୁଖ କାରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.