Below header

ସାପ ଗିଳିଦେଇଥିଲା ଏକ ବଡ଼ ତଉଲିଆ ଏହି ଉପାୟରେ ଡାକ୍ତର ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭାଇରଲ ଭିଡିଓ

ସାପ ବିଷୟରେ ଶୁଣିବା ମାତ୍ରେ ହିଁ ଲୋକମାନେ ଡରିଯାଇଥାନ୍ତି ଓ ସାପମାନଙ୍କୁ ନେଇ ଅନେକ ରୋମାଞ୍ଚକର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଏହିସବୁ ଭିଡିଓରେ କେଉଁଠି ସାପ କିଛି ଭାରି ଜିନିଷ ଗିଳିଦେଇଥାଏ ନଚେତ କେଉଁଠି ଲୋକମାନଙ୍କୁ ଡରାଉଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ । କାରଣ ପ୍ରକୃତରେ ସେ ନିଜେ ହିଁ ଡରିଯାଇଥାଏ । ତେବେ ଆଜି ଆମେ ଯେଉଁ ସାପ କଥା କୌଣସି ପଶୁ ପକ୍ଷୀ ନୁହେଁ ବରଂ ଏକ ବଡ଼ ତଉଲିଆକୁ ଗିଳି ଦେଇଛି । ଯାହାକୁ ବାହାର କରିବା ପାଇଁ ଡାକ୍ତରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଏହି ଭିଡିଓରେ ଅଷ୍ଟ୍ରେଲିଆର ଏକ ସମୁଦ୍ର କୂଳରେ ଏକ ବହୁତ ବଡ଼ ସାପ ଦେଖିବାକୁ ମିଳିଥିଲା ଯେଉଁ ସାପଟି ନା ଚାଲିପାରୁଥିଲା ନା ହଲିପାରୁଥିଲା । ତେବେ ଲୋକମାନେ ଏହାକୁ ଦେଖିବା ପରେ ବୁଝିପାରିଥିଲେ ଯେ ଏହି ସାପଟି କୌଣସି ଏକ ବଡ଼ ଜିନିଷକୁ ଗିଳି ଦେଇଛି । ଯେଉଁ କାରଣରୁ ସେ ଟିକିଏ ବି ହଲିପାରୁନାହିଁ । ସାପଟିକୁ ଏପରି ଅବସ୍ଥାରେ ଦେଖି ଲୋକମାନେ ଏହାକୁ ହସ୍ପିଟାଲ ନେଇଯାଇଥିଲେ ଯେଉଁଠି ଡାକ୍ତରମାନେ ମଧ୍ୟ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Image result for 18-year-old-snake-swallows-towel-doctors-remove-video-viral

ସୂଚନା ଅନୁଯାୟୀ ଏହି ସାପର ବୟସ ହେଉଛି ୧୮ ବର୍ଷ । ତେବେ ଏହି ସାପଟି ସମୁଦ୍ର କୂଳରୁ ଏକ ବଡ଼ ତଉଲିଆ ଗିଳି ଦେଇଥିଲା । ଡାକ୍ତରମାନେ ଏହାର ଚିକିତ୍ସା କରିବା ସହ ତା ପେଟରୁ ଏହି ତଉଲିଆ ବାହାର କରିଦେଇଥିଲେ । ସାପଟି ଟିକିଏ ସୁସ୍ଥ ହେବାପରେ ଚାଲବୁଲ କରିଥିଲା ଏବଂ ପୁଣିଥରେ ତାକୁ ସେହି ସମୁଦ୍ର କୂଳରେ ଛାଡି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.