ଏନ୍ସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍

ମୁମ୍ବାଇ: ଏନ୍ସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ । NCB ଗେଷ୍ଟ ହାଉସରେ କିଛି ସମୟ ପୂର୍ବରୁ ପହଞ୍ଚିଛନ୍ତି ଦୀପିକା ପାଦୁକୋନ୍। ଡ୍ରଗ୍ସ ମାମଲାରେ ଦୀପିକାକୁ ପଚରାଉଚରା କରୁଛି NCB।
ଦୀପିକାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍ ବି ହାଜର ହେବେ । ଏନ୍ସିବି ଜୋନାଲ ଅଫିସ୍ରେ ହାଜର ହେବା ପାଇଁ କୁହାଯାଇଛି । ସେହିପରି ଆଜି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନ୍ସିବିରେ ହାଜର ହେବେ । ଦୀପିକା ଓ କରିସ୍ମାକୁ ମୁହାଁମୁହିଁ ପଚରାଉଚରା କରିବ ଏନ୍ସିବି।