ବାପଘରେ ପଡି ରହିଛି ବିବାହିତ ଝିଅର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଖୋର୍ଦ୍ଧା(କେନ୍ୟୁଜ୍): ନିଜ ବାପ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି ବିବାହିତ ଝିଅର ମୃତଦେହ। ମୃତ ମହିଳା ଜଣକ ହେଉଛନ୍ତି ମୁକୁନ୍ଦ ପ୍ରସାଦ କଲେଜ ରୋଡର ସସ୍ମିତା ବେହେରା। ସୂଚନା ମୁତାବକ ଗତକାଲି ସସ୍ମିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ପରିବାର ଲୋକେ। ଅନ୍ୟପଟେ ଘଟଣାସ୍ଥଳରୁ ସ୍ୱାମୀ ହରେକୃଷ୍ଣ ବେହେରା ଫେରାର୍ ଥିବା ବେଳେ ପୋଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ରହିିଛି।