ଆଇପିଏଲ୍ ୨୦୨୦: ଆଜି ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ୍ର ଅଷ୍ଟମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ(କେକେଆର) ଏବଂ ସନ ରାଇଜର୍ସ ହାଇଦ୍ରାବାଦ। ପୂର୍ବରୁ ହାଇଦ୍ରାବାଦ ଗୋଟେ ମ୍ୟାଚ ହାରିଯାଇଥିବା ବେଳେ କଲିକତା ମଧ୍ୟ ମୁମ୍ବାଇ ଠାରୁ ପ୍ରଥମ ମ୍ୟାଚ ହାରିସାରିଛି। ଏବେ ଦୁଇଟି ଯାକ ଦଳ ମ୍ୟାଚ ହାତେଇବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବ। ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।
ସମ୍ଭାବ୍ୟ କେକେଆର ଦଳ: ସୁନୀଲ ନାରିନେ, ଶୁଭମନ ଗିଲ, ନିତିଶ ରାଣା, ଇଅନ ମୋରଗାନ, ଆଣ୍ଡ୍ରେ ରସେଲ, ଦିନେଶ କାର୍ତ୍ତିକ, ନିଖିଲି ନାଏକ, ପ୍ୟାଟ କ୍ୟୁମିନସ, କୁଲଦୀପ ଯାଦବ, ସନ୍ଦୀପ ଓ୍ଵାରିଅର, ଶିଭମ ମାଭି।
ସମ୍ଭାବ୍ୟ ହାଇଦ୍ରାବାଦ ଦଳ: ଡେଭିଡ ଓ୍ଵାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି ନଟରାଜନ।