କରୋନା ଅପଡେଟ: ଦେଶରେ ୫୯ ଲକ୍ଷ ପାର ହେଲା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୮୫ ହଜାର ୩୬୨ ଜଣ ନୂଆ ପଜିଟିଭ

ଭାରତରେ କରୋନା ସଂକ୍ରମଣ ସହ ସୁସ୍ଥତା ହାର ବି ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୫୯ ଲକ୍ଷ ପାର ହୋଇଯାଇଥିବା ବେଳେ ସୁସ୍ଥ ସଂଖ୍ୟା ୪୮ ଲକ୍ଷ ପାର ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୮୫ ହଜାର ୩୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି । ଏହାକୁ ମିଶାଇ ଦେଶରେ ମୃତକଙ୍କ ସଂଖ୍ୟା ୯୩ ହଜାର ୩୭୯ରେ ପହଞ୍ଚିଛି ।

ରିପୋର୍ଟ ଅନୁଯାୟୀ, ମୋଟ ରୂପରେ ଦେଖିବାକୁ ଗଲେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ୩ ହଜାର ୯୩୩ ଛୁଇଁଛି । ଯେବେକି ଭାରତରେ ୯ ଲକ୍ଷ ୬୦ ହଜାର ୯୬୯ ସକ୍ରିୟ ମାମଲା ଥିବା ବେଳେ ୪୮ ଲକ୍ଷରୁ ଉର୍ଦ୍ଧ୍ବ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.