Below header

‘‘ନଶେ ସି ଚଢ଼ ଗୟି’’ ଗୀତରେ ଏମିତି ରୋମାଣ୍ଟିକ ଅନ୍ଦାଜ୍‌ରେ ଡ୍ୟାନ୍ସ କଲେ ରଣବୀର ଓ ଦୀପିକା, ଭାଇରାଲ ହେଉଛି ଭିଡିଓ

ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ କେମେଷ୍ଟ୍ରି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଉଭୟଙ୍କ ଭିଡ଼ିଓକୁ ଦର୍ଶକମାନେ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି। ନିକଟରେ ଏହି ପତିପତ୍ନୀଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ରଣବୀର ଓ ଦୀପିକାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ରଣବୀରଙ୍କ ଫିଲ୍ମ ବେଫିକରେର ଗୀତ ନଶେ ସି ଚଢ଼ ଗୟି ଗୀତରେ ଉଭୟେ ଖୁବ୍‌ ସୁନ୍ଦର ଡ୍ୟାନ୍ସ କରୁଛନ୍ତି।

ଦେଖନ୍ତୁ ଭିଡିଓ:

 

ଏହି ଭିଡିଓକୁ ସେମାନଙ୍କ ପେଜ୍‌ରେ ସେୟାର କରାଯାଇଛି। ଭିଡିଓଟି ଗୋଟିଏ ପାର୍ଟିରେ କରାଯାଇଛି। ଏଥିରେ ରଣବୀର ଓ ଦୀପିକାଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

 

ରଣବୀର ସିଂହ ଏବେ ହିଟ୍‌ ପରେ ହିଟ୍‌ ଫିଲ୍ମ ଦେଇ ଫ୍ୟାନ୍‌ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ତିଆରି କରିସାରିଲେଣି। ରଣବୀରଙ୍କ ଫିଲ୍ମ ଗଲିବୟ ଭାରତ ତରଫରୁ ଓସ୍କାର ପାଇଁ ମନୋନୀତ ହୋଇଛି। ଏଥିସହ ଆଗାମୀ ଫିଲ୍ମ ୮୩ରେ ରଣବୀରଙ୍କୁ କପିଳ ଦେବଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସେହିଭଳି ଦୀପିକା ଆଗାମୀ ଚଳଚ୍ଚିତ୍ର ଛପାକ୍‌ରେ ଜଣେ ଏସିଡ୍‌ ଆଟାକ ଝିଅ ଚରିତ୍ରରେ ନଜର ଆସିବେ।

 

ଏହାସହ ପଢ଼ନ୍ତୁ: ବିନା ମେକ୍‌ଅପ୍‌ରେ ଏମିତି ଦିଶନ୍ତି ଏହି ଟପ୍‌ ଅଭିନେତ୍ରୀ, ଦେଖିଲେ ଆପଣ ବି ଚିହ୍ନିପାରିବେନି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.