ମା’ ପେଟରୁ ଜନ୍ମ ନେଇଥିଲେ ୬୯ଟି ଛୁଆ! ପ୍ରସବ ସମୟରେ ଆଖି ବୁଜିଦେଲେ ୪୦ ବର୍ଷୀୟା ଏହି ମହିଳା, ପଢ଼ନ୍ତୁ ରୋଚକ କାହାଣୀ

ଦୁନିଆରେ ପ୍ରତିଦିନ କିଛି ନା କିଛି ଘଟଣା ଏପରି ଘଟିଥାଏ, ଯାହାକି ମଣିଷର ବୁଝିବା ଶକ୍ତିଠାରୁ ବହୁ ଆଗରେ ଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ମସ୍ତିଷ୍କକୁ ଦୋହଲାଇ ଦେବ। ୨୦୧୭ରେ ଗାଜାରେ ଘଟିଥିବା ଏହି ଘଟଣା ସେତେବେଳେ ପୂରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ସାଧାରଣତଃ ଅନେକ ଦମ୍ପତି ବିବାହ ପରେ ଫ୍ୟାମିଲି ପ୍ଲାନିଂ ବିଷୟରେ ଭାବିଥାଆନ୍ତି। ତେଣୁ କାହାର ୨ଟି ଛୁଆ ହୋଇଥାଏ ତ ଆଉ କାହାର ୨ରୁ ଅଧିକ। କିନ୍ତୁ ଆପଣ ଏହି କଥାକୁ କେବେ ବି ବିଶ୍ୱାସ କରିବେନି ଯେ ଜଣେ ମହିଳା ୬୯ ଛୁଆଙ୍କୁ ଜନ୍ମ ଦେଇଥିଲେ।

ମିଡିଆ ରିପୋର୍ଟ ଅନୁସାରେ, ଗାଜାର ଏହି ମହିଳା ୬୯ ଛୁଆଙ୍କୁ ଜନ୍ମ ଦେଇସାରିବା ପରେ ଆଖି ବୁଜିଦେଇଥିଲେ। ମହିଳାଙ୍କ ବୟସ ଥିଲା ୪୦ ବର୍ଷ। ତାଙ୍କ ବିଷୟରେ ସେ ପଯ୍ୟର୍ନ୍ତ କେହି ଜାଣିପାରି ନ ଥିଲେ, ଯେ ପଯ୍ୟର୍ନ୍ତ ମହିଳା ଜଣକ ୬୯ଟି ଛୁଆଙ୍କୁ ଜନ୍ମ ଦେଇ ନ ଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ୱାମୀ ସ୍ଥାନୀୟ ଗଣମାଧ୍ୟମକୁ ଏହି ଖବର ଦେଇଥିଲେ।

baby1

ମହିଳାଙ୍କ ଦ୍ୱାରା ବନାଯାଇଥିବା ଏହି ରେକର୍ଡକୁ ସତ ବୋଲି ଭାବିବା ହୁଏତ ବହୁତ ମୁସ୍କିଲ ଅଟେ। କାରଣ, ଏଠି ପ୍ରଶ୍ନ ଉଠିପାରେ କିପରି ଜଣେ ୪୦ ବର୍ଷୀୟା ମହିଳା ଏତେ ସଂଖ୍ୟକ ଛୁଆଙ୍କୁ ଜନ୍ମ ଦେଇପାରିବେ। ଶୁଣିବାକୁ ମିଳେ, ମହିଳା ଜଣକ ୧୬ ଥର ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିବା ବେଳେ ୭ ଥର ୩-୩ଟି ଛୁଆଙ୍କୁ ଜନ୍ମ କରିଥିଲେ। ସେହିପରି ୪ ଥର ଏକକାଳୀନ ୪-୪ଟି ଛୁଆଙ୍କୁ ଜନ୍ମ ଦେଇଥିଲେ। ୬୯ଟି ଛୁଆଙ୍କୁ ଜନ୍ମ ଦେଇଥିବା ଏହି ମହିଳାଙ୍କୁ ନେଇ କିଛିଦିନ ଧରି ଚର୍ଚ୍ଚା ଲାଗିରହିଥିଲା। ତେବେ ଏକକାଳୀନ ଏତେ ଛୁଆଙ୍କୁ ଜନ୍ମ ଦେବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଜଣେ ମହିଳା ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ ବନାଇଥିଲେ।

ଏହାସହ ପଢ଼ନ୍ତୁ: ଭାରତର ଏହି ନଦୀ ବହିଥାଏ ଓଲଟା ଦିଗରେ, ଜାଣିଛନ୍ତି କି ଆପଣ?

ଉକ୍ତ ରେକର୍ଡ ଅନୁସାରେ, ଭାସିଲୟେଭ୍ ନାମ୍ନୀ ଜଣେ ରୁଷୀୟ ମହିଳା ୬୯ଟି ଛୁଆଙ୍କୁ ଜନ୍ମ ଦେଇଥିଲେ। ମସ୍କୋର ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ୧୭୨୫ରୁ ୧୭୬୫ ମସିହା ମଧ୍ୟରେ ଭାସିଲୟେଭ୍ ୨୭ ଥର ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ। ୭ ଥର ଟ୍ରିପଲ୍ସ ଏବଂ ଚାରି ଥର ୪-୪ଟି ଛୁଆଙ୍କୁ ଜନ୍ମ ଦେଇ ଓ୍ଵାର୍ଲ୍ଡ ରେକର୍ଡ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.