Below header

ସାମ୍ନାକୁ ଆସିଲା ଡ୍ରଗ୍ସ ଚାଟ୍‌, ତାଲିକାରେ ଦୀପିକା ପାଦୁକୋନଙ୍କ ନାମ !

ସୁଶାନ୍ତ ସିଂହ ରାଜପୁତ କେସ୍‌ ପରେ ବଲିଉଡରେ ଡ୍ରଗ୍ସକୁ ନେଇ ଏବେ ଚାଲିଛି ଚୁଟି ଭିଡାଭିଡି। ବର୍ତ୍ତମାନ ଏନସିବି ଯାଞ୍ଚରେ ଜଣେ ପରେ ଜଣେ ଷ୍ଟାର ଯୋଡି ହେଉଛନ୍ତି। ଆଉ ଏବେ ଏହି ଡ୍ରଗ୍ସ ଲିଷ୍ଟରେ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଏନସିବି କିଛି ପୁରୁଣା ଚାଟକୁ ରିଷ୍ଟୋର କରିଛି। ଯେଉଁଥିରେ ଡ୍ରଗ୍ସକୁ ନେଇ ଅନେକ କଥାବାର୍ତ୍ତା ରହିଛି। ଏହି ଚାଟ୍ସରେ ‘ଡି’ ଏବଂ ‘କେ’ ମଧ୍ୟରେ ଡ୍ରଗ୍ସକୁ ନେଇ ଆଲୋଚନା ହେଉଛି।

ତେବେ ଏଥିରେ ଦାବି କରାଯାଉଛି ଯେ ଏହି ଚାଟରେ ‘ଡି’ର ଅର୍ଥ ଦୀପିକା ପାଦୁକୋନ ଏବଂ ‘କେ’ର ଅର୍ଥ କରିଶ୍ମା ପ୍ରକାଶ ରହିଛି, ଯିଏ କି ଦୀପିକାଙ୍କ ମ୍ୟାନେଜର। ଚାର୍ଟ ଅନୁଯାୟୀ ଦୀପିକା ନିଜର ମ୍ୟାନେଜରଙ୍କ ଠାରୁ ମଗାଇଥିଲେ। ଦୀପିକା କରିଶ୍ମାଙ୍କ ଠାରୁ ହାସ୍‌ ବା ଏକପ୍ରକାର ରିଫାଇନଡ୍‌ ଗଞ୍ଜେଇ ମଗାଉଥିଲେ। ତେବେ ଏଥିରେ କରିଶ୍ମା କହିଛନ୍ତି ସେ ତାଙ୍କ ପାଖରେ ହାସ୍‌ ନୁହେଁ ଓ୍ଵିଡ୍‌ ଅଛି। ଏହି ଚାଟରେ ଅମିତ ନାମକ ବ୍ୟକ୍ତିର ନାମ ମଧ୍ୟ ସାମିଲ ଅଛି।

deepikaa1ଡ୍ରଗ୍ସ ଚାଟରେ ଦୀପିକା ପାଦୁକୋନଙ୍କ ନାମ ଆସିବା ପରେ ଟ୍ଵିଟରରେ ଦୀପିକା ପାଦୁକୋନଙ୍କ ନାମ ଟ୍ରେଣ୍ଡ କରୁଛି। ତେବେ ଏହି ଖବରରେ ସୂଚନା ରହିଛି ଯେ ଅଭିନେତ୍ରୀଏହି ମାମଲାରେ ନିଜ ଲିଗାଲ ଟିମ ଠାରୁ ପରାମର୍ଶ ନେଉଛନ୍ତି ଏବଂ ବୟାନ ଜାରୀ କରିପାରନ୍ତି।

କଙ୍ଗନା ମାରିଲେ ତାନା

ଡ୍ରଗ୍ସ ଚାଟରେ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିବା ପରେ କଙ୍ଗନା ଏଥିରେ ନିଜ ପ୍ରତିକ୍ରୀୟା ଦେବାକୁ ପଛାଇ ନାହଁନ୍ତି। ସେ କହିଛନ୍ତି ପଢ଼ା ଲେଖା ଏବଂ ବଡ ସୋସାଇଟିର ପିଲାମାନେ ନିଜେ ତ ସାମ୍ନାକୁ ଆସନ୍ତାନି ନିଜ ମ୍ୟାନେଜରକୁ କୁହନ୍ତି ‘କଣ ମାଲ୍‌ ଅଛି?’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.