ଲଗାଣ ବର୍ଷାରେ ଫୁଲିଲା ଶିମିଳିପାଳ ନିକଟସ୍ଥ କ୍ଷଇରୀଭଣ୍ଡନ ନଦୀ, ଅଳ୍ପକେ ବର୍ତ୍ତିଲେ ୩ଜଣଙ୍କ ସହିତ ଅନେକ ଗୃହ ପାଳିତ ପଶୁ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଳକର ଖଣ୍ଡିଆଦର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଳ୍ପକେ ବର୍ତ୍ତିଲେ  ତିନି ଜଣଙ୍କ ସହ ଅନେକ ଗୃହ ପାଳିତ ପଶୁ । ସୂଚନା ଅନୁଯାୟୀ ଖଣ୍ଡିଆଦର ଗାଁଟି ଖିଚିଂ ନିକଟରେ ଅବସ୍ଥିତ। ଗୃହ ପାଳିତ ପଶୁ ଗୁଡିକୁ ପ୍ରତେକ ଦିନ କ୍ଷଇରୀଭଣ୍ଡନ ନଦୀ ପାର କରି ଚରେଇବାକୁ ନିଆଯାଇଥାଏ। ଗତକାଲି ସକାଳ ୧୦ ଟା ସମୟରେ ଏହି ଗାଁର ତିନି ଜଣ ଗାଈ ଓ ଛେଳି ଚରେଇବାକୁ ଯାଇଥିଲେ । ନଦୀ କୂଳରେ ଖଣ୍ଡିଆଦର ଗାଁ ନିକଟରେ ଏକ ଦୀପ ସଦୃଶ୍ୟ ସ୍ଥାନ ରହିଛି । ଗତକାଲି ନଦୀ ପାଣି କମ ଥିବାରୁ ଗାଁର ତିନି ଜଣ ଅଧିକାଂଶ ଗୃହପାଳିତ ପଶୁ ଗୁଡିକ ଚରାଇବାକୁ ନେଇ ଯାଇଥିଲେ । କିନ୍ତୁ ଅପରାହ୍ନ ସମୟରେ ହଠାତ୍ ପାଣି ଆସିଯିବାରୁ ତିନିଜଣ ଫସି ରହିଥିଲେ । ଫସି ରହିଥିବା ବ୍ଯକ୍ତିଙ୍କ ଭିତରେ ରହିଛନ୍ତି ପୂର୍ଣ୍ଣିମା ମାହାନ୍ତ( ୫୭), ବୈଶାଖୀ ମାହାନ୍ତ (୫୪),ସୁଶୀଲ ମାହାନ୍ତ(୪୦) ।

ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହେଇଥିବାରୁ ହଠାତ ଜଳସ୍ତର ବଢିଯାଇଥିଲା । ଏହି ତିନିଜଣ କୌଣସି ପଟେ ଯିବା ସମ୍ଭବ ହୋଇପାରିଲା ନାହିଁ । ଗାଁ ଲେକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସନ୍ଧ୍ୟା ୫ଟା ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀ ଖଣ୍ଡିଆଦର ଗାଁ ରେ ପହଁଚିଥିଲେ ବହୁତ କଷ୍ଟରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ । ଗତକାଲି କାଲିଠାରୁ ୫୦ ଛେଳି ସେହି ସ୍ଥାନରେ ଫସି ରହିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଆଜି ଦିନ ୧୦ ଟା ସମୟରେ ଉକ୍ତ ପଶୁମାନଙ୍କୁ ମଧ୍ଯ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.