Below header

ସମୁଦ୍ର ଭିତରେ ମୁଣ୍ଡରେ ଠିଆ ହୋଇ ଷ୍ଟଣ୍ଟ ଦେଖାଇଲେ ଦିଶା, ଭିଡିଓ ଦେଖି ଆପଣ ହୋଇଯିବେ ଆଶ୍ଚର୍ଯ୍ଯ

ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହିଥାନ୍ତି ଏବଂ ଅନେକ ସମୟରେ ନିଜର ଫଟୋ ଓ ଭିଡ଼ିଓ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । ଦିଶା ପଟାନିଙ୍କର ଏମିତି ଆକର୍ଷଣୀୟ ଅନ୍ଦାଜ ଦେଖି ସମସ୍ତେ ତାଙ୍କର ଦିୱାନା ପାଲଟିଯାନ୍ତି। ନିକଟରେ ଦିଶା ପଟାନୀଙ୍କର ଏକ ପୁରୁଣା ଭିଡ଼ିଓ ଇଣ୍ଟରନେଟ୍ ରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଅଭିନେତ୍ରୀ ସମୁଦ୍ର ଜଳରେ ମୁଣ୍ଡରେ ଠିଆ ହୋଇ ଷ୍ଟଣ୍ଟ କରୁ ଥିବାର ନଜର ଆସୁଛନ୍ତି ଏବଂ ପୁଣି ଅନ୍ୟପଟେ ଓଲଟି ପଡ଼ୁଛନ୍ତି । ଭିଡ଼ିଓରେ ଏକ ହ୍ୱାଇଟ୍ କଲରର ବିକିନି ପିନ୍ଧିଥିବା ଦିଶାଙ୍କର ଏହି ଭିଡ଼ିଓ ଏବେ ଭାଇରାଲ ହେଉଛି ।

ଅଭିନେତ୍ରୀ ଦିଶା ପଟାନୀଙ୍କର ଏହି ଭିଡ଼ିଓକୁ ତାଙ୍କର ପ୍ରଶଂସକ କ୍ଲବ୍ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଅଭିନେତ୍ରୀଙ୍କର ଅନ୍ଦାଜ ଖୁବ୍ ଦେଖିବା ଭଳି ହୋଇଛି । ଅଭିନେତ୍ରୀଙ୍କର ଏହି ଭିଡିଓକୁ ପ୍ରଶଂସକ ଖୁବ୍ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

 

View this post on Instagram

 

A post shared by Disha Patani (@dishapatani_cute)


ଉଲ୍ଲେଖନୀୟ ଯେ , ଦିଶା ପଟାନି ଶେଷ ଥର ପାଇଁ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଆଦିତ୍ୟ ରାୟ କପୁର, ଅନିଲ କପୁର ଓ କୁନାଲ ଖେମୁ ମୁଖ୍ୟ ଭୂମିକାରେ ଥିଲେ । ଖୁବଶୀଘ୍ର ଦିଶା ସଲମାନଙ୍କ ସହିତ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ୱାଣ୍ଟେଡ’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଇଦ୍ ରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.