ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ ପାତ୍ର ଇଲେକଟ୍ରୋନିକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ବକ୍ସି ଛକ ସ୍ଥିତ ପାତ୍ର ଇଲେକଟ୍ରୋନିକରେ ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ପାଖାପାଖି ୨ଟା ୩୦ମିନିଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି ଦୋକାନରେ ଦୃଷ୍ଟି ପଡିଲା । ଦୋକାନରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ଆସି ନିଆଁକୁ ନିୟନ୍ତ୍ରଣ କରିଥିଲେ । ତେବେ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡ ଘଟିବାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.