Below header

ଜଟଣୀ ଝିଅ ପ୍ରିୟଙ୍କାଙ୍କ ମୁଣ୍ଡରେ “ଇଣ୍ଡିଆଜ ଚାର୍ମିଙ୍ଗ ଫେସ ମିସ ଇଣ୍ଡିଆ” ମୁକୁଟ

ଓଡିଶା ପାଇଁ ଗୌରବ ଆଣିଛନ୍ତି ଜଟଣୀ ଝିଅ ପ୍ରିୟଙ୍କା । ମିସ ଇଣ୍ଡିଆ ପ୍ରତିଯୋଗିତାରେ “ଇଣ୍ଡିଆଜ ଚାର୍ମିଙ୍ଗ ଫେସ ମିସ ଇଣ୍ଡିଆ” ମୁକୁଟ ଜିଣି ଓଡ଼ିଆ ଜାତିକୁ ଗୌବାନ୍ବିତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀସ୍ଥିତ ଗୋପବନ୍ଧୁ ନଗରର ମୂଳ ବାସିନ୍ଦା ବିଭୁତି ମହାପାତ୍ର ଓ ମା’ ଅନ୍ନପୂର୍ଣ୍ଣା ମହାରଣାଙ୍କ ଝିଅ ହେଉଛନ୍ତି ପ୍ରିୟଙ୍କା । ଏହି କୃତ୍ତିତ୍ୱ ହାସଲ ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଗୋଆର ପଂଜିମ କଦମ୍ବା ଫୁଟ ସ୍ଟେପ ତରଫରୁ ଆୟୋଜିତ ହୋଇଥିବା “ମିସ ଇଣ୍ଡିଆ-2020” ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଓଡିଶାରୁ ୬ ଜଣ ସାମିଲ ହୋଇଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ପ୍ରିୟଙ୍କା ଏହି ମୁକୁଟ ଜିତିଛନ୍ତି । ଏକ ସାକ୍ଷାତ୍କାର ସମୟରେ ପ୍ରିୟଙ୍କା କହିଛନ୍ତିକି, ପିଲାଟି ବେଳରୁ ହିଁ ତାଙ୍କର ସଂଗୀତ ପ୍ରତି ଦୁର୍ବଳତା ଥିଲା ।

ସ୍କୁଲରେ ପଢିବା ସମୟରେ ଵିଭିନ୍ନ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନେକ ପୁରସ୍କାର ଜିତିବା ସହ ପ୍ରଶଂସାଭାଜନ ହୋଇଥିଲେ । ଏହା ସହ ମଡେଲିଂ କରିବା ମଧ୍ୟ ଜାରି ରଖିଥିଲେ । ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ଯୁକ୍ତ ତିନି ଶିକ୍ଷା ଲାଭ କରିଛନ୍ତି । ମେଗା ଧାରାବାହିକ ହେ ପ୍ରଭୁ, ନୂଆବୋହୂରେ ଅଭିନୟ କରିବା ସହ ଓଡ଼ିଆ ଚଳଚିତ୍ର “ହାପି ଏଣ୍ଡିଙ୍ଗ”ରେ ବି ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

କହିରଖିବା ଉଚିତ ହେବକି, ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ଆୟୋଜିତ ହୋଇଥିବା ଅଡିସନରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ଚୂଡାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଂଚିଥିଲେ । ଶେଷ ପର୍ଯ୍ୟାୟରେ ପ୍ରିୟଙ୍କା ଖୋର୍ଦ୍ଧା ପାଇକ ସଂସ୍କୃତି ଓ ପାଇକ ବିଦ୍ରୋହର ବେଶଭୂଷା ପରିଧାନ କରି ବିଚାରକ ମଣ୍ଡଳୀର ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ଏପରି ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ଓଡିଶା ପାଇଁ ଗର୍ବ ଆଣି ନିଜକୁ ଧନ୍ୟ ମନେ କରୁଥିବା ପ୍ରିୟଙ୍କା ନିଜ ସାକ୍ଷାତ୍କାରରେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.