ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ସ୍ପଷ୍ଟୀକରଣ ଦେଲା ବିଜେଡି

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ସ୍ପଷ୍ଟୀକରଣ ଦେଲା ବିଜେଡି । କରୋନାରେ ଗଞ୍ଜାମ ଜିଲ୍ଲା ଅସ୍ତବ୍ୟସ୍ତ ହେଉଥିବା ବେଳେ ମଉଜ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ବିଜେଡି ପକ୍ଷରୁ କୁହାଯାଇଛି ଯେ, ୪ ମାସ ଧରି କୋଭିଡ୍‌ ଯୋଦ୍ଧା ଦିନରାତି ପରିଶ୍ରମ କରିଛନ୍ତି । ଏହି ସମୟରେ ଲୋକେ ଆଶା କରିଥାନ୍ତି ଯେ, ଜନପ୍ରତିନିଧି ତାଙ୍କ ସହ ରହିବେ । ହେଲେ ଲୋକେ ଯେତେବେଳେ ଖାଦ୍ୟ ଚିନ୍ତାରେ ଥିଲେ, ସେତେବେଳେ ପ୍ରଦୀପ ପାଣିଗ୍ରାହୀ ଚାର୍ଟର ବିମାନରେ ଉଡୁଥିଲେ ।

ପ୍ରଦୀପ ପାଣିଗ୍ରାହୀ ଚାର୍ଟର ଫ୍ଲାଇଟ୍‌ରେ ଅନେକ ଥର ଅଭୟ ପାଠକଙ୍କ ସହ ମୁମ୍ବାଇ, ଦିଲ୍ଲୀ, ପୁନେ ଓ ପାଟଣା ଆଦି ଗସ୍ତ କରିଛନ୍ତି । ୫ ଷ୍ଟାର ହୋଟେଲରେ ଅୟସ କରୁଥିଲେ । ହୋଟେଲ ତାଜ୍‌ ଓ ତାଜ୍‌ ପ୍ୟାଲେସ୍‌ରେ ରହିଛନ୍ତି । ଗୋଟିଏ ଦିନ ପାଇଁ ୨.୭୧ ଲକ୍ଷ ଟଙ୍କା ରୁମ୍‌ରେ ରହିଥିଲେ । ପାଠକ ପରିବାର ସହିତ ସେ ମୁମ୍ବାଇ ତାଜ ହୋଟେଲରେ ପାଖାପାଖି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଜେଡି କହିଛି ।

ଏପରିକି ଚାକିରି ଦେବାକୁ କହି ସେ ନିଜ ନିର୍ବାଚନମଣ୍ଡଳୀରୁ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ସହ ଠକିଛନ୍ତି । ତେଣୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଦଳ ସ୍ପଷ୍ଟ କରିଛି । ବିଜେଡିରୁ ବହିଷ୍କାର ପରେ କ’ଣ ଜନବିରୋଧୀ କାର୍ଯ୍ୟ କରିଛି ବୋଲି ପ୍ରଶ୍ନ କରିଥିଲେ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଷଡଯନ୍ତ୍ର କରି ଦଳରୁ ବାହାର କରିଦିଆଯାଇଥିବା ଅଭିଯୋଗ କରିଥିଲେ । ପ୍ରଦୀପଙ୍କ ଅଭିଯୋଗ ପରେ ବିଜେଡି ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.