Below header

ଚିରନିଦ୍ରାରେ ସୁର ସାମ୍ରାଜ୍ଞୀ, ମହାନ ଗାୟିକା ଲତା ମଙ୍ଗେସକର ୯୨ ବର୍ଷରେ ଆଖି ବୁଜିଲେ

ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ପରଲୋକ ହୋଇଯାଇଛି। ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲତାଙ୍କ ନିଧନ ଖବର ଶୁଣି ସାରା ମନୋରଞ୍ଜନ ଜଗତ ଆଜି ସ୍ତବ୍ଧ ହୋଇଯାଇଛି। ବଲିଉଡ୍ ଜଗତର କିମ୍ବଦନ୍ତୀ ଗାୟିକା ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ରବିବାର ଅର୍ଥାତ୍ ଆଜି ସକାଳେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ଏକ ଜାତୀୟ ଗଣମାଧ୍ୟମରୁ ଖବର ଜଣାପଡିଛି ।

ସରସ୍ୱତୀ ପୂଜା ପରଦିନ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଲତା ମଙ୍ଗେସକର। ତାଙ୍କର ଜୀବନ ବ୍ୟାପୀ ସଂଗୀତ ସାଧନା ପାଇଁ ତାଙ୍କୁ ସରସ୍ୱତୀଙ୍କ ଅବତାର ବୋଲି ମଧ୍ୟ କୁହାଯାଏ । ଶେଷ ନିଃଶ୍ୱାସ ଯାଏ ସେ ପ୍ରଶଂସକଙ୍କୁ ସଂଗୀତ ପରିବେଷଣ କରିଆସିଛନ୍ତି ସେ । ଦୀର୍ଘ ୭ ଦଶନ୍ଧି ଧରି ଭାରତୀୟ ସିନେମା ଓ ସଂଗୀତ ଦୁନିଆ ସହ ନିଜକୁ ଜଡିତ ରଖିଥିଲେ । କିଛି ଦିନ ତଳେ ସେ କରୋନା ପଜିଟିଭ୍‌ ହୋଇଥିବା ବେଳେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଯେଉଁଥିରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ପରେ ଡାକ୍ତରୀଦଳମାନେ ତାଙ୍କର ବହୁ ଚେଷ୍ଟା ବଳରେ ଚିକିତ୍ସା କରିଥିଲେ । କିଛିଦିନ ହସ୍ପିଟାଲରେ ରହିବା ସ୍ବାସ୍ଥ୍ୟରେ ଉନ୍ନତି ଆସିଥିଲା। ହେଲେ ହଠାତ୍‌ ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ଭେଣ୍ଟିଲେଟରେ ରଖାଯାଇଥିଲା । ଆଜି ସକାଳୁ ଲତା ମଙ୍ଗେସକର ଆଖି ବୁଜିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.