Below header

ରିିଲିଜ୍‌ ଅପେକ୍ଷାରେ ଭାରତର ପ୍ରଥମ ମାର୍ଶଲ ଆର୍ଟ ଫିଲ୍ମ ‘ଏଣ୍ଟର ଦ ଗର୍ଲ ଡ୍ରାଗନ’, ଭାଇରାଲ ହେଉଛି ଭିଡିଓ

ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଏବେ ନିଜ ଆଗାମୀ ଫିଲ୍ମ ‘ଏଣ୍ଟର ଦ ଗର୍ଲ ଡ୍ରାଗନ’ର ପ୍ରସ୍ତୁତିକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମରେ ଟିଜର ରିଲିଜ୍‌ ହୋଇଛି। ଏଥିରେ ପୂଜା ଭାଲେକରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଗର୍ଲ ଡ୍ରାଗନ ପୂଜାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ନିଜେ ରାମଗୋପାଳ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସେୟାର କରିଛନ୍ତି। ଭିିଡିଓରେ ପୂଜା ମାର୍ଶାଲ ଆର୍ଟର ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

Video Courtesy: RGV

ମାତ୍ର କିଛି ସମୟ ପୂର୍ବରୁ ସେୟାର କରାଯାଇଥିବା ଏହି ଭିଡିିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଭିଡିଓ ଦେଖି ଦର୍ଶକେ ପୂଜାଙ୍କ ସାହାସିକତାକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି।

ଏହାସହ ପଢ଼ନ୍ତୁ:  ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମଡେଲ, ପରିବେଶ ପ୍ରଦୂଷଣ ରୋକିବାକୁ ନେଲେ ଏଭଳି ପଦକ୍ଷେପ

ବିଗ୍‌ ବି ଅଭିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମର ଫାଷ୍ଟଲୁକ୍‌କୁ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ସେ ମଧ୍ୟ ପୂଜାଙ୍କ ଏହି ଅନ୍ଦାଜକୁ ପସନ୍ଦ କରିଛନ୍ତି। ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ ରାମଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଏଣ୍ଟର ଦ ଗର୍ଲ ଡ୍ରାଗନ୍‌’ ଭାରତର ପ୍ରଥମ ମାର୍ଶଲ ଆର୍ଟ ଫିଲ୍ମ। ଭାରତ ଓ ଚୀନ୍‌ର ମିଳିତ ପ୍ରଯୋଜନାରେ ଫିଲ୍ମଟି ନିର୍ମାଣ ହେଉଥିବା ଜଣାଯାଇଛି।


ସୂଚନାଯୋଗ୍ୟ ଯେ ବହୁତ ଦିନ ପରେ ରାମଗୋପାଳ ବର୍ମା ବଡ଼ ପରଦାକୁ ଫେରୁଛନ୍ତି। ଫିଲ୍ମରେ ନେହା ଫିମେଲ ଲିଡ୍‌ ଭୂମିକାରେ ଆକ୍ସନ୍‌ ସିନ୍‌ କରୁଥିବା ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.