ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ଜୟ ଜଗନ୍ନାଥ ଗ୍ରୁପ୍ ସଦସ୍ୟ, ନିସ୍ବାର୍ଥପର ସେବା ଦେଇ ସୃଷ୍ଟିକଲେ ଉଦାହାରଣ

ଯାଜପୁର (କେନ୍ୟୁଜ) : ମରି ନାହିଁ ମାନବିକତା। ଏବେ ବି ବଞ୍ଚିଛି ମଣିଷ ପଣିଆ। ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କୁଆଖିଆ ବଜାରରେ ।

jai jagannath grp (1)ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବିବସ୍ତ୍ର ଅବସ୍ଥାରେ ଥିବା ୩ଜଣ ବ୍ୟକ୍ତି ରାସ୍ତା କଡରେ ପଡିରହିଥିଲେ । ସେଥିରୁ ଜଣଙ୍କ ଡାହାଣ ହାତଟି କୌଣସି ଦୁର୍ଘଟଣା ହେତୁ ଦୀର୍ଘ ମାସ ଧରି ପଚି ସଢ଼ି ଯାଇଛି । ସେଥିରେ ପୋକ ମାଛି ହେବା ସହ ପୂଜ ଜମି ଯାଇଥିଲା । ଖବର ପାଇ ସାମାଜିକ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ପ୍ରତିଷ୍ଠାତା ଶିବ ଶଙ୍କର ଦାଶଙ୍କ ସମେତ ଗ୍ରୁପର ସକ୍ରିୟ ସଦସ୍ୟ କୁଆଖିଆ ବଜାରରେ ପହଁଚି ଥିଲେ ।

ସେମାନଙ୍କୁ ଅପରିସ୍କାର ଜାଗାରୁ ଉଦ୍ଧାର କରି ସେମାନଙ୍କ ଦାଢ଼ି, ଚୁଟି, ନଖକୁ କାଟି ଗାଧୋଇ ଦେଇ ବସ୍ତ୍ର ପିନ୍ଧାଇ ଥିଲେ ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ।

ପରେ ସେମାନଙ୍କୁ ଖାଇବାକୁ ଦେଇ କୁଅଖିଆ ପୋଲିସର ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇଦେବାକୁ ନେଇଥିଲେ। ଯଦି ଆବଶ୍ୟକ ପଡେ ତା ହେଲେ ସେମାନଙ୍କୁ ।   

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.