Below header

ଜୀବନ ନେଉଛି ବିଶ୍ୱସ୍ତ ଜୀବ, ଶିଶୁକୁ କାମୁଡ଼ି କାମୁଡ଼ି ଲହୁଲୁହାଣ କରୁଥିବା କୁୁକୁରର ଭିଡିଓ ଭାଇରାଲ

ସବୁଠାରୁ ବିଶ୍ୱସ୍ତ ଜୀବ କୁହାଯାଉଥିବା କୁୁକୁର ଏବେ ମଣିଷ ପାଇଁ ପାଲଟିଛି ଅଭିଶାପ। ଜୀବନକୁ ସୁରକ୍ଷା ଦେବାକୁ ପାଳନ କରାଯାଉଥିବା କୁକୁର ଏବେ ନିଜେ ହିଁ ମାଲିକର କ୍ଷତି ଘଟାଉଛି। ଏମିତିକି ଜୀବନ ବି ନେଇଯାଉଛି। କୌଣସି ବୁଲା ବା ପାଗଳା କୁକୁର ନୁହେଁ ବରଂ ଘରର ପୋଷା କୁୁକୁର କେଉଁଠି ମାଲିକ ତ ଆଉ କେଉଁଠି ଛୋଟ ପିଲାକୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଦେଖିବାକୁ ମିଳିଛି। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ କୁୁକୁର ଯେ କେତେ ଆକ୍ରମଣାତ୍ମକ ହୋଇପାରେ ତାହାର ଜୀବନ୍ତ ଦୃଶ୍ୟ ସାମ୍ନାକୁ ଆସିଛି।

ଦେଖନ୍ତୁ ଭିଡିଓ:


ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଏକ କୁକୁର ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। କୁକୁରଟି ଗୋଡ଼ାଇବାରୁ ଏକ ଛୋଟ ପିଲା ଦୌଡ଼ି ଦୌଡ଼ି ରାସ୍ତାରେ ପଡ଼ିଯାଉଛି। ଏହି ସମୟରେ କୁକୁରଟି ଆସି ପିଲାଟିକୁ ତଳେ ଗଡ଼େଇ ତଡ଼େଇ କାମୁଡ଼ିବାକୁ ଲାଗୁଛି। ପିଲାଟିକୁ ବଞ୍ଚାଇବାକୁ ସେଠାକୁ ଜଣେ ମହିଳା ଆସି ଯଥାସାଧ୍ୟ କୁକୁରକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ କୁକୁରଟି ପିଲାକୁ ଛାଡ଼ୁନାହିଁ। ପରେ ଆଉ ଜଣେ ଆସି ବାଡ଼ିରେ କୁକୁରକୁ ପିଟିବାକୁ ଲାଗିଥିଲେ, କିନ୍ତୁ କୁକୁର ଥିଲା ନଛୋଡ଼ ବନ୍ଧା। ଶେଷରେ ଚେୟାରରେ ପିଟିବାରୁ କୁକୁରଟି ପିଲାକୁ ଛାଡ଼ି ବାଡ଼ାଉଥିବା ଲୋକକୁ କାମୁଡ଼ିବାକୁ ଗୋଡ଼ାଇଥିଲା। ଏହି ଘଟଣାରେ ପିଲାଟିର ମୁଣ୍ଡ, ହାତ, ଗୋଡ଼ରେ ଗଭୀର ଆଘାତ ଲାଗିଛି।

ଏହାସହ ପଢ଼ନ୍ତୁ: ପରିସ୍ଥିତି କରିଦେଲା ଅନାଥ, ୧୦ ବର୍ଷର ଶିଶୁ ନିଜେ ଚାଷ କରି ପୋଷୁଛି ପେଟ

ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ କୁକୁରଙ୍କ ଆତଙ୍କ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ପାଳୁଥିବା କୁକୁର ଏଭଳି ଭୟଙ୍କର ଆଚରଣ କଲେ ତାଙ୍କୁ ପିଟ୍‌ବୁଲ୍‌ କୁହାଯାଏ। ପିଟ୍‌ବୁଲ୍‌ ଅର୍ଥାତ୍‌ ଭୟଙ୍କର କୁୁକୁର। ଏହି କୁକୁର ରାଗିଗଲେ ପ୍ରାୟତଃ ଏଭଳି ବ୍ୟବହାର କରୁଥିବା ପଶୁ ବିଶେଷଜ୍ଞ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.