୧୩ ବର୍ଷର ବାଳକ ଅନ୍ଧମାନଙ୍କ ପାଇଁ ବନାଇଲେ ଏପରି ଜିନିଷ, ଆଉ ଦରକାର ନାହିଁ କାହାର ସାହାରା

ଗୁଜୁରାଟର ଭଦୋଦରା ଗ୍ରାମରେ ପ୍ରେମ ନାମକ ଜଣେ ୧୩ ବର୍ଷୀୟ ବାଳକ ଅନ୍ଧ ଲୋକଙ୍କ ପାଇଁ ଏପରି ଏକ ଜିନିଷ ଉଦ୍ଭାବନ କରିଛନ୍ତି ଯାହାଦ୍ୱାରା ତାଙ୍କୁ ଚାଲିବା ପାଇଁ ଆଉ ଅନ୍ୟ କାହାର ସାହାଯ୍ୟ ନେବାକୁ ପଡିବ ନାହିଁ । ଅନ୍ଧମାନଙ୍କ ପାଇଁ ପ୍ରେମ ବନାଇଅଛନ୍ତି କ୍ୟାପ, ଜୋତା ଓ ଟିସାର୍ଟ ଯେଉଁଥିରେ ଲାଗିଛି ସେନ୍ସର । ଏହି କ୍ୟାପ, ଜୋତା ଓ ଟିସାର୍ଟ ପିନ୍ଧିବା ପରେ ଯେକୌଣସି ଜିନିଷ ସାମ୍ନାକୁ ଆସିଲାମାତ୍ରେ ଏହା ଭାଇବ୍ରେଟ ହେବାରେ ଲାଗିବ ଏବଂ ଏହାକୁ ପିନ୍ଧିଥିବା ଲୋକକୁ ଜଣାପଡ଼ିଯିବ ଯେ ସାମ୍ନାରେ କିଛି ଅଛି । ବୋଧହୁଏ ଆପଣ ଜାଣିନଥିବେ ଯେ ଡ୍ରାଇଭରଲେସ କାରରେ ମଧ୍ୟ ଏହି ଟେକନିକର ବ୍ୟବହାର କରାଯାଇଥାଏ । ଡ୍ରାଇଭରଲେସ କାରରେ ଏହାକୁ ବ୍ୟବହାର କରିବା ଦ୍ୱାରା ଯେତେବେଳେ କୌଣସି ଜିନିଷ କାରର ରାସ୍ତାରେ ଆସିଥାଏ ସେତେବେଳେ ଆପେ ଆପେ କାର ନିଜର ରାସ୍ତା ବଦଳାଇ ଦେଇଥାଏ ।

ଏହାସହ ପଢନ୍ତୁ ଲଗାତାର ହେଉଥିଲା କାଶ, ଡ଼କ୍ଟର ଚେକ କଲା ପରେ ନାକ ଓ ତଣ୍ଟିରୁ ବାହାର କଲେ ଦୁଇ ଦୁଇଟି ଜୋକ

ବର୍ତ୍ତମାନ ପ୍ରେମ ସପ୍ତମ ଶ୍ରେଣୀରେ ପଢୁଛନ୍ତି ଏବଂ ସେ ନିଜ ଘରକୁ ନିଜର ଲାବୋରଟୋରୀ ବନାଇ ଦେଇଛନ୍ତି । ପ୍ରେମଙ୍କ କହିବା ଅନୁଯାୟୀ ଏହିସବୁ ତିଆରି କରିବା ସେ ଇଣ୍ଟରନେଟରୁ ଶିଖିଛନ୍ତି । ସେ ଚତୁର୍ଥ ଶ୍ରେଣୀରେ ପଢିବା ବେଳଠୁ ତାଙ୍କୁ ନୂଆ ନୂଆ ଇଲେକ୍ଟ୍ରିକ ଜିନିଷ ବନାଇବାର ସଉକ ରହିଛି । ଏହାବ୍ୟତୀତ ପ୍ରେମ ଆମ୍ବୁଲାନ୍ସ ଡ୍ରୋନ, ଏଗ୍ରିକଲଚର ଡ୍ରୋନ ଏବଂ ଫାୟାର ଫାଇଟିଂ ଡ୍ରୋନ ଭଳି ଅନେକ ଡ୍ରୋନବନାଇ ସାରିଛନ୍ତି । କେବଳ ସେତିକି ନୁହେଁ ସେ ଡ୍ରୋନ ଇନଭେଣ୍ଟରୀ ନାମରେ ନିଜର ଏକ ୱେବସାଇଟ ମଧ୍ୟ ବନାଇଛନ୍ତି । ପ୍ରେମର ମାତାପିତା କୁହନ୍ତି ଯେ ଆମକୁ ଲାଗେ ଆମେ ନୋବେଲ ପ୍ରାଇଜ ବିଜେତା ଭେଙ୍କେଟ ରମଣଙ୍କ ଘରେ ରହୁଛୁ ।

Leave A Reply

Your email address will not be published.