Below header

ଛୋଟ ପ୍ୟାଣ୍ଟ ପିନ୍ଧିଥିବାରୁ ଛାତ୍ରଙ୍କୁ ସମସ୍ତଙ୍କ ଆଗରେ ଲଙ୍ଗଳା କରି ପିଟିଲେ ଶିକ୍ଷୟିତ୍ରୀ, ଅପମାନ ସହି ନପାରି ଛାତ୍ର କଲେ ଏଭଳି କାଣ୍ଡ

ସ୍କୁଲରେ ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କ ଦ୍ୱାରା ବାରମ୍ବାର ଅତ୍ୟାଚାରିତ ଏବଂ ସମସ୍ତଙ୍କ ସାମ୍ନାରେ ପ୍ୟାଣ୍ଟ ଖୋଲି ମାରିବା ଅପମାନକୁ ସହିପାରିଲେନି ଛାତ୍ର। ସେଥିପାଇଁ ଆପଣାଇନେଲ ଆତ୍ମହତ୍ୟାର ବାଟ। ଏଭଳି ଏକ ଘଟଣା ପଞ୍ଜାବର ଲୁଧିଆନାରେ ଘଟିଛି। ସ୍କୁଲକୁ ପିନ୍ଧି ଆସୁଥିବା ପ୍ୟାଣ୍ଟ ଛୋଟ ଯୋଗୁଁ ପ୍ରାୟ ସମୟରେ ଶିକ୍ଷକଙ୍କ ଠାରୁ ବେଲ୍ଟରେ ମାଡ ଖାଆନ୍ତି ଛାତ୍ର। ଏଥିରେ ଦୁଃଖିତ ହୋଇ ଛାତ୍ର ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ବାପା ମା’ଙ୍କୁ କହିଛନ୍ତି ଯେ, ସ୍କୁଲର ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କ ଅତ୍ୟାଚାରକୁ ଆଉ ସହିପାରୁନାହାନ୍ତି ବୋଲି କହିଛନ୍ତି। ସେଥିପାଇଁ ସେ ଏଭଳି ବାଟ ବାଛିଛନ୍ତି।

suicide

ସୂଚନା ଅନୁଯାୟୀ, ମୃତ ଧନଞ୍ଜୟ ଢଢାରୀ ସ୍ଥିତ ଏସ୍‌ଜିଡି ସିନିଅର ସେକେଣ୍ଡାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢୁଥିଲେ। ଧନଞ୍ଜୟକୁ ସ୍କୁଲର ଶିକ୍ଷୟିତ୍ରୀ ଛୋଟ ପ୍ୟାଣ୍ଟ ଏବଂ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ବେଲ୍ଟରେ ପିଟନ୍ତି। ଥରେ ଧନଞ୍ଜୟଙ୍କ ମା’ଙ୍କ ସାମ୍ନାରେ ଏପରି ଘଟଣା ମଧ୍ୟ ଘଟିଥିଲା। ଏହାକୁ ନେଇ ଧନଞ୍ଜୟଙ୍କ ମା’ ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ସ୍କୁଲରେ ବାହାର କରିଦିଆଯାଇଥିଲା। ପରେ ତାଙ୍କ ବାପା ଏକ ନୂଆ ପ୍ୟାଣ୍ଟ କିଣି ମଧ୍ୟ ଦେଇଥିଲେ। ତାହା ମଧ୍ୟ ଧନଞ୍ଜୟଙ୍କୁ ଛୋଟ ହୋଇଥିଲା। ଏଥର ମଧ୍ୟ ସେ ସ୍କୁଲରେ ମାଡ ଖାଇଥିଲେ। ସମସ୍ତଙ୍କ ସାମ୍ନାରେ ପ୍ରିନ୍ସିପାଲ ଏବଂ ସ୍କୁଲର ଡାଇରେକ୍ଟର ଧନଞ୍ଜୟଙ୍କ ପ୍ୟାଣ୍ଟ କାଢି ମାରିବା ତାଙ୍କୁ ଲଜ୍ଜିତ କରିଥିଲା। ଏହାକୁ ସହି ପାରିନଥିଲେ ଧନଞ୍ଜୟ। ଯେଉଁଥିପାଇଁ ସେ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏହାସହ ପଢ଼ନ୍ତୁ ; ଔରଙ୍ଗାବାଦରେ ନଦୀକୁ ଖସିଲା ଟେମ୍ପୋ, ୭ ମୃତ,୧୫ ଆହତ

teenage

ଥାନାରେ ସ୍କୁଲର ପ୍ରିନ୍ସିପାଲ ସରୋଜ ଶର୍ମା, ଡାଇରେକ୍ଟର ପ୍ରଭୁଦତ୍ତ ଏବଂ ଶିକ୍ଷୟିତ୍ରୀ ପୁନମଙ୍କ ବିରୋଧରେ ମାମଲା ଦାଏର ରହିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ସମସ୍ତ ଅଭିଯୁକ୍ତ ଫେରାର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.