ଫିଲ୍ମ ଟ୍ରେଲର ଦେଖିବା ପାଇଁ ଥିଏଟରର କାଚ ଭାଙ୍ଗିଦେଲେ ପୱନ କଲ୍ଯାଣଙ୍କ ଫ୍ଯାନ, କ୍ଯାମେରାରେ କଏଦ ହେଲା ଦୃଶ୍ୟ

ତେଲୁଗୁ ସୁପରଷ୍ଟାର ପଓ୍ଵନ କଲ୍ୟାଣଙ୍କ ପାଇଁ ଫ୍ୟାନ୍ସଙ୍କ କ୍ରେଜ। ଫିଲ୍ମ ଟ୍ରେଲର ଦେଖିବାକୁ ଥିଏଟର କାଚ ଭାଙ୍ଗିବା ସହ ଜଣଙ୍କ ଉପରେ ଜଣେ ଚଢି ଥିଏଟରକୁ ପ୍ରବେଶ କରିଥିଲେ ଫ୍ୟାନ୍ସ। ସେହି ସମୟର ଦୃଶ୍ୟ କ୍ଯାମେରାରେ କଏଦ ହୋଇଛି । ଏଥିରେ ବହୁ ଲୋକ ଆହତ ହୋଇଛନ୍ତି।

ହୋଲି ଅବସରରେ ରିଲିଜ ହୋଇଥିଲା ପଓ୍ଵନ କଲ୍ୟାଣଙ୍କ ଫିଲ୍ମ ‘ବକିଲ ସାବ’। ବିଶାଖାପାଟଣାର କିଛି ସିନେମା ହଲ୍ରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ତେବେ ଫ୍ୟାନ୍ସ ଏହା ଜାଣିବା ପରେ ସକାଳୁ ସଙ୍ଗମ ଥିଏଟର ଆଗରେ ଭିଡ଼ ଲଗାଇଥିଲେ । ଏପରିକି କିଛି ଫ୍ୟାନ୍ସ ରାସ୍ତାରେ ପଓ୍ଵନଙ୍କ ଫଟୋ ଲଗାଇ ପୂଜା କରିବା ଆରମ୍ଭ କରିଦେଇଥିଲେ। ଟ୍ରେଲର ଲଞ୍ଚ ହେବା ସମୟରେ ଥିଏଟର ମଧ୍ୟକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ ବହୁ ଲୋକ। ଥିଏଟରର କାଚ ଭାଙ୍ଗିବା ସହ ଦଳଚକଟା ମଧ୍ୟ ହୋଇଥିଲା।

ଏହି ଫିଲ୍ମ ବଲିଉଡର ସୁପରହିଟ୍ ଫିଲ୍ମ ‘ପିଙ୍କ’ର ତେଲୁଗୁ ରିମେକ। ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ତାପସୀ ପାନ୍ନୁ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।