କ୍ରିକେଟ ଉପରେ କରୋନା ଆତଙ୍କ, ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ହରମନପ୍ରୀତ କୌର କରୋନା ସଂକ୍ରମିତ

ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ଷ୍ଟାର୍ ଅଲରାଉଣ୍ଡର ହରମନପ୍ରୀତ କୌର କରୋନା ସଂକ୍ରମିତ ହୋଇଛନ୍ତି। ହରମନପ୍ରୀତ କୋଭିଡ୍-୧୯ର ହାଲକା ଲକ୍ଷଣ ଅନୁଭବ କରିବା ପରେ ନିଜକୁ କରୋନା ଟେଷ୍ଟ କରାଇଥିଲେ ଏବଂ ପଜିଟିଭ୍ ଆସିଥିଲା। ୩୨ବର୍ଷୀୟ ମହିଳା କ୍ରିକେଟର ନିକଟରେ ଦକ୍ଷିଣ ଆଫ୍ରିକା ଟିମ୍ ସହ ଖେଳା ଯାଇଥିବା ଦିନିକିଆ ସିରିଜରେ ଟିମର ସଦସ୍ୟ ଥିଲେ । କିନ୍ତୁ ୫ମ ମ୍ୟାଚରେ ଆହତ ହେବା କାରଣରୁ ସେ ଟି-୨୦ ସିରିଜ୍ ଖେଳି ପାରିନଥିଲେ ।

ପିଟିଆଇ ସୂତ୍ରାନୁସାରେ, ହରମନଙ୍କୁ ୪ ଦିନରୁ ଜ୍ୱର ଲାଗି ରହିଥିଲା ଏବଂ ସେ ହାଲକା ଲକ୍ଷଣ ଅନୁଭବ କରୁଥିଲେ । ଏହାପରେ ସେ ସୋମବାର କରୋନା ଟେଷ୍ଟ କରାଇଥିଲେ । ଆଜି ତାଙ୍କର ଟେଷ୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ନିଜ ଘରେ ଆଇସୋଲେସନରେ ରହିଛନ୍ତି ।

ସୂଚନାଯୋଗ୍ଯ, ହରମନପ୍ରୀତଙ୍କ ବ୍ୟତୀତ କ୍ରିକେଟର ସଚିନ୍ ତେନ୍ଦୁଲକର , ଇରଫାନ୍ ପଠାନ , ୟୁସୁଫ୍ ପଠାନ ଓ ଏସ୍ ବଦ୍ରିନାଥ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.