କୁମ୍ଭୀର ପିଠିରେ ବସି ନଦୀ ପାର ହେଉଥିଲା କୁକୁଡ଼ା, କୂଳକୁ ଆସିଲା ପରେ ଏମିତି ହେଲା ଅବସ୍ଥା; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ ପଶୁପକ୍ଷୀଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡିଓ ଦେଖିବାକୁ ମଜା ଲାଗୁଥିବା ବେଳେ ଆଉ କିଛି ମଣିଷକୁ କିଛି ଭଲ କଥା ଶିକ୍ଷା ଦେଇଥାଏ। ସେହିପରି ଆଉ କିଛି ଭୟଙ୍କର ଭିଡିଓ ଦେଖିଲେ ଛାତିର ସ୍ପନ୍ଦନ ବଢ଼ିଯାଏ। ଏବେ ସୋସିଆଲ ମିଡିଆରେ ସେଭଳି ଏକ ଭୟାନକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦ୍‌ସ୍ପନ୍ଦନ ବି ବଢ଼ିଯିବ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ କୁମ୍ଭୀର ଓ କୁକୁଡ଼ା ଅଛନ୍ତି। ଭିଡିଓରେ ଦେଖାଯାଇଛି ଯେ କୁକୁଡ଼ାଟି କୁମ୍ଭୀର ପିଠିରେ ବସି ଆରାମରେ ନଦୀ ପାର କରୁଛି। କୁମ୍ଭୀର ମଧ୍ୟ ବେଶ୍‌ ଶାନ୍ତ ଭାବେ କୁକୁଡ଼ାକୁ ନଦୀ କୂଳକୁ ନେଇ ଯାଉଛି। କିନ୍ତୁ ଯେମିତି କୂଳକୁ ଆସି କୁକୁଡ଼ାଟି କୁମ୍ଭୀର ପିଠିରୁ ଓହ୍ଲାଉଛି, ସଙ୍ଗେ ସଙ୍ଗେ କୁମ୍ଭୀର ଶିକାର କରିବାକୁ ଆଁ କରି ଆଗକୁ ମାଡ଼ି ଆସୁଛି। ଭୟରେ କୁକୁଡ଼ା ଆଗକୁ ଦଉଡ଼ି ପଳାଉଛି। ଏହି ଭିଡିଓକୁ ଶେଷ ଆଡ଼କୁ ଦେଖିବା ବେଳକୁ ଆପଣ ବି ଚିଲ୍ଲାଇ ଉଠିବେ।


ଏହି ଭିଡିଓଟିକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାସପନ୍‌ରେ ଲେଖିଛନ୍ତି, ୨୦୨୦ରୁ ୨୦୨୧… ପୁଣି ୨୦୨୧ର ଆରମ୍ଭ…ବାସ୍‌ ଏମିତି ହିଁ। ସୋସିଆଲ ମିଡିଆରେ ଏହି ଭିଡିଓକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରୁଛନ୍ତି ଓ ପ୍ରବଳ କମେଣ୍ଟ କରୁଛନ୍ତି। ଭିଡିଓଟିକୁ ଏବେ ଯାଏଁ ୧୨ହଜାରରୁ ଅଧିକ ଥର ଦେଖାସରିଲାଣି।