Below header

ଅନୁଷ୍କାଙ୍କୁ ଭେଟିବାକୁ ପାଗଳ, ଗହମ ଆଣିବାକୁ କହି ନାବାଳିକା ଯାଇ ପହଂଚି ଗଲା ଦିଲ୍ଲୀରେ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଆଜିକାଲି ସେ ନିଜର ପ୍ରେଗ୍ନେନ୍ସିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏହା ମଧ୍ୟରେ ଅନୁଷ୍କାଙ୍କୁ ଭେଟିବା ପାଇଁ ଜଣେ ନାବାଳିକା ଏପରି ପଦକ୍ଷେପ ନେଇଥିଲେ ଯେ ତାଙ୍କ ପରିବାର ମଧ୍ୟ ସ୍ତବ୍ଧ ହୋଇ ଯାଇଥିଲେ ।

ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ମେନପୁରୀ ଜିଲ୍ଲାର ଜଣେ ନାବାଳିକା ଅନୁଷ୍କା ଶର୍ମାଙ୍କୁ ଭେଟିବା ପାଇଁ ଘରୁ ପଳାଇ ଆସିଥିଲେ। ଏନେଇ ଉକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ପୋଲିସ ଷ୍ଟେସନରେ ଏକ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା । ଏହା ପରେ ପୋଲିସ ତାଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଉଦ୍ଧାର କରିଥିଲା ।

Complaint against Anushka Sharma for 'hurting' sentiments

ଝିଅଟି ଗହମ ଆଣିବାକୁ କହି ଘରୁ ବାହାରିଗଲା ହେଲେ ତାପରେ ଅନୁଷ୍କାଙ୍କୁ ଭେଟିବା ପାଇଁ ଲୁଚି ପଳାଇ ଆସିଲା । ଏହା ପରେ ସେ ଆଉ ଘରକୁ ଫେରିନଥିଲା । ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିଲା ନାହିଁ । ଶେଷରେ ପରିବାର ଲୋକ ବାଧ୍ୟ ହୋଇ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ । ତାପରେ ଅଚାନକ ଦିଲ୍ଲୀରେ କିଶୋରୀଙ୍କୁ ଦେଖିବାକୁ ମିଳିଥିଲା। ପୋଲିସ ଦିଲ୍ଲୀ ଯାଇ କିଶୋରୀଙ୍କୁ ଏକ ରେଳ ଷ୍ଟେସନରୁ ଉଦ୍ଧାର କରିଥିଲା।

ତେବେ ପୋଲିସର ପଚରା ଉଚରା ବେଳେ ସେ କହିଥିଲେ ଯେ ସେ ମୁମ୍ବାଇ ଯିବାକୁ ଚାହୁଁଛନ୍ତି । ଟିଭିରେ ଏକ କାର୍ଯ୍ୟକ୍ରମ ଦେଖି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ । ତାପରେ ସେ ମୁମ୍ବାଇ ଯାଇ ଅନୁଷ୍କା ଶର୍ମାଙ୍କୁ ଭେଟିବାକୁ ଚାହୁଁଥିଲେ । କେବଳ ଏତିକି ନୁହେଁ ମୁମ୍ବାଇ ଯିବା ପାଇଁ ସେ ଘରୁ ପାଞ୍ଚ ହଜାର ଟଙ୍କା ମଧ୍ୟ ଚୋରି କରି ନେଇଥିଲେ । ପୋଲିସ ନାବାଳିକାଙ୍କର ଡାକ୍ତରୀ ପରୀକ୍ଷା କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.