ରିୟା ଚକ୍ରବର୍ତ୍ତୀଙ୍କ ବଡ଼ ଖୁଲାସା, କହିଲେ ସୁଶାନ୍ତ କେବେ ଓ କେମିତି ପ୍ରଥମେ ନେଇଥିଲେ ଡ୍ରଗ୍ସ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଧୀରେ ଧୀରେ ଡ୍ରଗ୍ସ କାରବାର ଆଡକୁ ମୁହାଁଇଛି। ଏବେ ଏହି ମାମଲାରେ ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଗିରଫ ହୋଇଛନ୍ତି। ତେବେ ଗିରଫ ହେବା ପରେ ରିୟା ଅନେକ ଖୁଲାସା କରିଛନ୍ତି। ତେବେ ନିକଟରେ ରିୟା କହିଛନ୍ତି ସୁଶାନ୍ତ କେବେ ଓ କେମିତି ଡ୍ରଗ୍ସ ନେବା ଆରମ୍ଭ କରିଥିଲେ।

ରିୟା କହିଛନ୍ତି ବଲିଉଡ୍‌ର ଜଣେ ବଡ଼ ନିର୍ମାତା-ନିର୍ଦ୍ଦେଶକଙ୍କ ଯୋଗୁ ସୁଶାନ୍ତ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ଉକ୍ତ ନିର୍ଦ୍ଦେଶକ ସୁଶାନ୍ତଙ୍କୁ ଏଭଳି ପାର୍ଟିକୁ ନେଉଥିଲେ ଯେଉଁଠାରେ ପ୍ରଚୁର ପରିମାଣରେ ଡ୍ରଗ୍ସ ବ୍ୟବହାର କରାଯାଉଥିଲା। ସୁଶାନ୍ତ ଯାଉଥିବା ପାର୍ଟିରେ କୋକେନ୍‌, ଏଲଏସ୍‌ଜି ଓ ଗଞ୍ଜେଇ ସେବନ କରାଯାଉଥିଲା। ସୁଶାନ୍ତଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ବେଳେ ସେ ତାଙ୍କୁ ଏ ବିଷୟରେ କହିଥିଲେ ବୋଲି ରିୟା କହିଛନ୍ତି।

sushant

ତେବେ ଜେରା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଅନେକ ଖ୍ୟାତନାମା କଳାକାରଙ୍କ ଡ୍ରଗ୍ସ ଲିଙ୍କ୍‌ ଥିବା ଜଣାପଡ଼ିଛି। ପଚରାଉଚରା ବେଳେ ରିୟା ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତ ଓ ଅନ୍ୟ କଳାକାରଙ୍କ ନାଁ ନେଇଛନ୍ତି। ତେବେ ରିୟା ଆହୁରି କହିଛନ୍ତି ଯେ ସୁଶାନ୍ତ ନିଜ ଲୋନାଓ୍ଵାଲା ଫାର୍ମହାଉସ୍‌ ବଲିଉଡ୍‌ରେ ଡ୍ରଗ୍ସ ପାର୍ଟି ପାଇଁ ନେଇଥିଲେ। ସେଠାରେ ଅନେକ ଥର ଡ୍ରଗ୍ସ ପାର୍ଟି ହୋଇଥିବା କହିଛନ୍ତି ରିୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.