Redmi 9 ଏବଂ 9 Prime ସ୍ମାର୍ଟଫୋନର ଆଜି ଅଛି ସେଲ୍‌, ଜଲଦି କିଣନ୍ତୁ

ଆଜି ଆପଣଙ୍କ ହାତକୁ ଆସିପାରେ ଏହି ଦୁଇଟି ଦମଦାର ସ୍ମାର୍ଟଫୋନ। ଆଜି ଦିନ ୧୨ଟାରେ ହେବ Redmi 9 ଏବଂ Redmi 9 Prime ସ୍ମାର୍ଟଫୋନର ସେଲ। ଗ୍ରାହକ ଏହି ସ୍ମାର୍ଟଫୋନକୁ ଆମାଜନ ଇଣ୍ଡିଆ ଏବଂ କମ୍ପାନୀ ୱେବସାଇଟରୁ କିଣିପାରିବେ। ରେଡମି ୯ ପ୍ରାଇମ ସ୍ମାର୍ଟଫୋନରେ ମେଡିୟାଟେକ ହିଲିୟୋ G80 ପ୍ରୋସେସର, 5,020mAh ବ୍ୟାଟେରୀ ଏବଂ କ୍ୱାଡ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ସେହିପରି ରେଡିମି ୯ ସ୍ମାର୍ଟଫୋନରେ ମେଡିୟାଟେକ ହିଲିଓ G35 ପ୍ରୋସେସର, 5,000mAh ମାହ ବ୍ୟାଟେରୀ ଏବଂ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ରହିଛି।

ଫୋନର ଦାମ୍‌

smartRedmi 9 Prime ଦୁଇ ଭେରିୟଣ୍ଟରେ ଆସିଥାଏ। ଏହି ଫୋନର 4GB + 64GB ମଡେଲ ଦାମ ୯,୯୯୯ ଟଙ୍କା ଏବଂ 4GB + 128GB ଜିବିର ଦାମ ୧୧,୯୯୯ ଟଙ୍କା ରହିଛି। ଏହା ଚାରୋଟି କଲର ଅପସନରେ ଆସିଥାଏ ଯଥା – ମ୍ୟାଟ ବ୍ଲାକ, ମିଣ୍ଟ ଗ୍ରୀନ, ସ୍ପେଲ ବ୍ଲୁ ଏବଂ ସନରାଇଜ ଫ୍ଲେରରେ ଆସିଥାଏ। ସେହିପରି ରେଡମି ୯ ସ୍ମାର୍ଟଫୋନ 4GB + 64GB ମଡେଲ ଦାମ ୮,୯୯୯ ଟଙ୍କା ଏବଂ 4GB + 128GB ମଡେଲ ର ଦାମ ୯,୯୯୯ ଟଙ୍କା ରହିଛି। ଏହା ତିନୋଟି କଲର ଅପସନରେ ଆସିଥାଏ ଯଥା – କାର୍ବନ ବ୍ଲାକ, ସ୍କାଇ ବ୍ଲୁ ଏବଂ ସ୍ପର୍ଟି ଅରେଞ୍ଜରେ ଆସିଥାଏ।

ଜାଣନ୍ତୁ ରେଡମି ୯ ପ୍ରାଇମର ଖାସିୟତ୍‌ ଏବଂ ଫିଚର୍ସ

ରେଡମି ୯ ପ୍ରାଇମ ସ୍ମାର୍ଟଫୋନରେ ୬.୫୩ ଇଞ୍ଚର ଫୁଲ HD+ ରିଜୋଲ୍ୟୁସନ (1080×2340 ପିକ୍ସେଲ) ବାଲା ଡିସପ୍ଲେ ଏବଂ ମିଡିୟାଟେକ ହିଲିଓ G80 ପ୍ରୋସେସର ଦିଆଯାଇଛି। ଏଥିରେ ଫଟୋଗ୍ରାଫି ପାଇଁ 13MP + 8MP + 5MP + 2MP କ୍ୱାଡ ରିୟର କ୍ୟାମେରା ଏବଂ 8MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ଫୋନରେ 5,020mAh ବ୍ୟାଟେରୀ ରହିଛି, ଯାହା ୧୮ ଓ୍ଵାଟ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ। ଏହାଛଡା ଗରିଲା ଗ୍ଲାସ ୩ ପ୍ରୋଟେକସନ, ଓ୍ଵାଟରଡ୍ରପ ନଞ୍ଚ, ୩.୫ ଏମଏମ ହେଡଫୋନ ଜ୍ୟାକ ଏବଂ ୟୁଏସବି ଟାଇପ ସି ପୋର୍ଟ ଦିଆଯାଇଛି।

redmi9primeରେଡମି ୯ ଖାସିୟତ୍‌

ରେଡିମ ୯ ପ୍ରାଇମ ସ୍ମାର୍ଟଫୋନରେ 6.53 ଇଞ୍ଚର HD+ରିଜୋଲ୍ୟୁସନ (720×1600 ପିକ୍ସେଲ) ବାଲା ଡିସପ୍ଲେ ଏବଂ ମିଡିୟାଟେକ ହିଲିୟୋ G35 ପ୍ରୋସେସର ଦିଆଯାଇଛି। ଏଥିରେ ଫଟୋଗ୍ରାଫି ପାଇଁ 13MP + 2MPର ଡୁଆଲ କ୍ୟାମେରା ଏବଂ ୫ଏମପିର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନରେ ବ୍ୟାଟେରୀ ମିଳିଥାଏ, ଯାହା ୧୦ ଓ୍ଵାଟ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ। ଏହାବ୍ୟତୀତ ରିୟର ଫିଙ୍ଗରପ୍ରିଣ୍ଟ ସେନସର, ଓ୍ଵାଟରଡ୍ରପ ନଞ୍ଚ, 3.5mm ହେଡଫୋନ ଜ୍ୟାକ ଏବଂ ମାଇକ୍ରୋ ୟୁଏସବି ପୋର୍ଟ ଦିଆଯାଇଛି।

ଭେରିୟଣ୍ଟ

veriant

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.