ଅଫେରା ରାଇଜରେ ଓଲିଉଡର ବର୍ଷୀୟାନ ଅଭିନେତା ଅଜିତ ଦାଶ, କୋଭିଡ ନିୟମରେ ଆଜି ସତ୍ୟନଗରରେ ହେବ ଶେଷକୃତ୍ୟ

ଭୁବନେଶ୍ବର: ଅଫେରା ରାଇଜରେ ଓଲିଉଡର ବର୍ଷୀୟାନ ଅଭିନେତା ଅଜିତ ଦାଶ । ଗତକାଲି  ୭୧ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ଆଜି କୋଭିଡ଼ ନିୟମ ଅନୁଯାୟୀ ସତ୍ଯନଗରରେ ତାଙ୍କର ଶେଷକୃତ୍ୟ ହେବ।

ଓଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଜିତ ଦାଶ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟଗୁରୁ  । ୬୦ରୁ ଅଧିକ ଫିଲ୍ମରେ ତାଙ୍କ ବଳିଷ୍ଠ ଅଭିନୟର ଛାପ ରହିଛି । ଟେଲିଭିଜନ୍‌ ଓ ମଞ୍ଚ ନାଟ୍ୟ ସହ ମଧ୍ୟ ଜଡିତ ଥିଲେ ଅଜିତ । ଉତ୍କଳ ସଂଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି ଅଜିତ ଦାଶ । ତାଙ୍କ ବିୟୋଗରେ ଓଲିଉଡରେ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି । ଶୋକର ଛାୟା ଖେଳିଯାଇଛି । ତାଙ୍କୁ ଝୁରୁଛନ୍ତି ପ୍ରଶଂସକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.