Apple Time Flies ଇଭେଣ୍ଟ କଲ୍‌, ଲଞ୍ଚ ହୋଇପାରେ କମ୍‌ ଦାମ୍‌ର Apple smart watch

ଆସନ୍ତାକାଲି ଆପଲ୍‌ ରTime Flies ଇଭେଣ୍ଟ କାର୍ଯ୍ୟକ୍ରମ ରହିଛି। ଏହି ସ୍ପେଶାଲ ଇଭେଣ୍ଟରେ WWDC ଭଳି ଅନଲାଇନ ବେସଡ ହେବ ଏବଂ ଏହାର ଲାଇଭ ଷ୍ଟ୍ରିମିଂ ମଧ୍ୟ ଦେଖିବାକୁ ମିଳିବ। ଏହି ଇଭେଣ୍ଟରେ କମ୍ପାନୀ େଓ୍ଵୟାରବଏ ଲଞ୍ଚ କରିବାକୁ ଯୋଜନା ରଖିଛି। ଆପଲ୍‌ ଘଣ୍ଟା ବ୍ୟତୀତ କିଛି ନୂଆ ପ୍ରଡକ୍ଟ ମଧ୍ୟ ଏହି ଇଭେଣ୍ଟରେ ଲଞ୍ଚ ହେବାକୁ ଯାଉଛି।

ରିପୋର୍ଟ ମୁତାବକ, କମ୍ପାନୀ ଏହି ଇଭେଣ୍ଟରେ କମ୍‌ ଦାମରେ ଏକ ଆପଲ୍‌ ଓ୍ଵଚା ଲଞ୍ଚ କରିବାକୁ ଯାଉଛି। ଏହାକୁApple Watch SE କୁହାଯାଇପାରେ। ଏହି ଘଣ୍ଟାକୁ Apple Watch Series 3 ରିପ୍ଲେସମେଣ୍ଟ ଭାବେ ମଧ୍ୟ ଦେଖିବାକୁ ମିଳିବ। ଏହାଛଡା ଏହି ସ୍ମାର୍ଟଓ୍ଵାଚରେ କେତେକ ନୂଆ ଫିଚର୍ସ ମଧ୍ୟ ରହିବ। ଏଥିରେ ଆଲେଓ୍ଵଜ ଅନ ଡିସପ୍ଲେ ଏବଂ ଇସିଜି ଭଳି ଫିଚର୍ସ ରହିବ। କିନ୍ତୁ ଏହାର ଡିଜାଇନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ।

6

ଜନ ପ୍ରୋସେର କହିବା ମୁତାବକ, ଏହି ଆପଲ ଓ୍ଵାଚ ମଡେଲରେM9 ଚିପ୍‌ ଦିଆଯିବ। ଯାହା ଆପଲର ଆଇଫେଶନSE ଏବଂ 6s ସ୍ମାର୍ଟଫୋନରେ ଦିଆଯାଇଛି। ସୂଚନା ମୁତାବକ, କମ୍ପାନୀ ଏହି ଇଭେଣ୍ଟରେ ଆପଲ ଓ୍ଵାଚ କିଡସ ଲଞ୍ଚ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.