ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ କେସକୁ ନେଇ ପ୍ରସ୍ତୁତ ହେବ ଫିଲ୍ମ, ସୁଶାନ୍ତଙ୍କ ଭୂମିକାରେ ନଜର ଆସିବେ ଏହି ଅଭିନେତା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏପର୍ଯ୍ୟନ୍ତ ଖୋଲିପାରିନାହିଁ। ଦିନକୁ ଦିନ ଏହି ମାମଲାରେ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି, ତାଙ୍କୁ ହତ୍ୟା କରାଯାଇଛି ତାହାର ରହସ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦେଶର ତିନିଟି ସବୁଠୁ ବଡ ତଦନ୍ତ ଏଜେନ୍ସୀ ସିବିଆଇ, ଏନସିବି ଏବଂ ଇଡି ଏହି କେସର ଯାଞ୍ଚ କରୁଛି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ କେସ୍‌କୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ଘୋଷଣା ହୋଇସାରିଲାଣି।

zubar

ସୁଶାନ୍ତଙ୍କ ଆତ୍ମହତ୍ୟା କେସରୁ ପ୍ରେରିତ ହୋଇ ସରଳା ସାରାଗୋଇ ଏବଂ ରାହୁଲଶର୍ମା ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦିଲ୍ଲୀପ ଗୁଲାଟି ସମ୍ଭାଳୁଥିବା ବେଳେ ସୁଶାନ୍ତଙ୍କ ଭୂମିକାରେ ନଜର ଆସିବେ ଜୁବୈର ଖାନ।

ଫିଲ୍ମରେ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାରେ ଶେୟା ଶୁକ୍ଲା ନଜର ଆସିବେ। ପୂର୍ବରୁ ଶ୍ରେୟା େଓ୍ଵବ ସିରିଜରେ କାମ କରିସାରିଛନ୍ତି। ଏହା ସହିତ ଫିଲ୍ମରେ ଦିଶା ସାଲିୟାନଙ୍କ ଭୂମିକାରେ ନଜର ଆସିବେ ବିଗ୍‌ବସ୍‌ ଫେମ ସୋମି ଖାନ। ଏହାଛଡା ଫିଲ୍ମରେ ଶକ୍ତି କପୁର ସିବିଆଇ ଅଫିସର ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.