Below header

ଆଠଗଡରେ ଚାଞ୍ଚଲ୍ଯ: ପରିବାର ଲୋକ କହୁଛନ୍ତି ଆତ୍ମହତ୍ୟା, କିନ୍ତୁ ପ୍ରେତାତ୍ମା କହୁଛି ହତ୍ୟା

ଆଠଗଡ: ପରିବାର ଲୋକେ କହୁଛନ୍ତି ଆତ୍ମହତ୍ୟା କିନ୍ତୁ ପ୍ରେତାତ୍ମା କହୁଛି ହତ୍ୟା। କଥାଟା ଆଶ୍ଚର୍ଯ୍ୟ ଲାଗୁଥଲେ ବି ସତ। ଏମିତି ଏକ ଘଟଣା ଘଟିଛି ଆଠଗଡ ବ୍ଳକ ଅନ୍ତର୍ଗତ ମଞ୍ଚେଶ୍ୱର ପଂଚାୟତ ମଞ୍ଚେଶ୍ୱର ଗାଁ କୈଇବର୍ତ୍ତ ସାହିରେ। ଘଟଣା ଅନୁଯାୟୀ, ସେହି ସାହିର ୩୧ ବର୍ଷିୟ ସୁଧାକର ଦାଶଙ୍କ ମଝିଆ ପୁଅ ଶାନ୍ତନୁ ଦାଶ, ଖୋର୍ଦ୍ଧା ବିଜିପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ହେଲା ଭଲ ପାଉଥିଲେ ଏବଂ ବିବାହ କରିବା ପାଇଁ ଜିଦ କରିଥିଲେ। ଯୁବତୀ ଜଣଙ୍କ ଅନ୍ୟ ଜାତିର ହୋଇଥିବରୁ ପରିବାର ଲୋକେ ଏହାକୁ ବାରଣ କରିବା ସହିତ ବିରୋଧ କରିଥିଲେ।ଶେଷରେ ଦୁଇ ଜଣଙ୍କ ସହମତି କ୍ରମେ ଶାନ୍ତନୁ ଯୁବତୀ ଜଣଙ୍କୁ ତାଙ୍କ ଘରୁ ନେଇଆସି ନିଜ ଘରେ ରଖିଥିଲେ।

ପରେ ସାନ୍ତନୁଙ୍କ ଜିଦ ପାଇଁ ପରିବାର ଲୋକେ ଆସନ୍ତା ବୁଧବାର ଦିନ ଦୁହିଁଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ଯ କରିଥିଲେ। ଶାନ୍ତନୁଙ୍କ ବଡ ଭାଇଙ୍କ ଶ୍ବଶୁର ଘର ସେହି ଗାଁରେ ହୋଇଥିବାରୁ ଯୁବତୀ ଜଣଙ୍କ ତାଙ୍କ ଘରେ ରହିଥିଲେ। ଖୁସିରେ ଶାନ୍ତନୁ ନିଜର ଭାବି ପତ୍ନୀଙ୍କ ପାଇଁ ଏକ ଦାମୀ ମୋବାଇଲ ଫୋନ କିଣିବା ସହିତ କିଛି ସୁନା ଗହଣା ମଧ୍ୟ କିଣିଥିଲେ।

କିନ୍ତୁ ବୁଧବାର ଦିନ କୌଣସି ଅସୁବିଧା ଦର୍ଶାଇ ଶାନ୍ତନୁଙ୍କ ପରିବାର ଲୋକେ ବିବାହ ବୁଧବାର ନୁହେଁ ବରଂ ହୋଇପାରିବନି ଆସନ୍ତା ରବିବାର ଦିନ କରିବା ପାଇଁ କହିଥିଲେ। କିନ୍ତୁ ସେହି ବୁଧବାର ରାତିରେ ଶାନ୍ତନୁ ଆତ୍ମହତ୍ୟା କରିଥିବା ପରିବାର ଲୋକ ସକାଳୁ କହିଥିଲେ । ତରଭରିଆ ଭାବରେ ଶବସତ୍କାର କରିବାକୁ ଉଦ୍ୟମ ମଧ୍ଯ କରିଥିଲେ। ଯାହାକୁ ଗ୍ରାମର ସାଙ୍ଗ ସାଥି ଏବଂ ଗ୍ରାମବାସୀ ବିରୋଧ କରିଥିଲେ। ଶେଷରେ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମଟମ ପାଇଁ ପଠାଇଥିଲେ ଓ ପରେ ଶବ ସତ୍କାର କରାଯାଇଥିଲା।

ତେବେ ସେହି ରାତିରେ ଜଣେ ୧୪ବର୍ଷୀୟା ଝିଅ ଦେହରେ ଶାନ୍ତନୁଙ୍କ ପ୍ରେତାତ୍ମା ଆସି ମୋତେ ମୋ ପରିବାର ଲୋକ ରଡ଼ ଦ୍ୱାରା ପିଟି ପିଟି ମାରିଦେଇଥିବା କଥା କହିଥିଲେ। ଏହି କଥା ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମବାସୀ ମାନେ ଏକଜୁଟ ହୋଇ ଏହାର ପୁଙ୍ଖାନୁପୁଙ୍ଖ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଉଚିତ୍ ତଦନ୍ତ ପାଇଁ ଦାବି କରିଛନ୍ତି ।

ଆଠଗଡରୁ ବିଶ୍ୱଜିତ ରାଉତଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.