Below header

ବର୍ଷା ଓ ଅନୁଭବ ବିବାଦ ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ବିବାଦ ପ୍ରସଙ୍ଗ । ସୁପ୍ରିମ୍‌କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ମାମଲା ଟ୍ରାନ୍ସଫର ପାଇଁ ଆବେଦନ କରିଛନ୍ତି ବର୍ଷା । ପଟିଆଲା ହାଉସ୍‌ କୋର୍ଟରେ ମାମଲା କରିଛନ୍ତି ଅନୁଭବ । ମାମଲା କଟକ ସ୍ଥାନାନ୍ତର ପାଇଁ ଆବେଦନ କଲେ ବର୍ଷା । ବର୍ଷା ପୂର୍ବରୁ କହିଥିଲେ ‌ଯେ ସେ ମାମଲା ଲଢ଼ିବାକୁ ଦିଲ୍ଲୀ ଯାଇପାରିବେ ନାହିଁ।

barsha anubhabବର୍ଷା କାହିଁକି ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବାକୁ ଚାହାନ୍ତି ସେ ସବୁ ବିଷୟରେ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ ରହିଛି। ଯେହେତୁ ଅନୁଭବଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ସାଂସଦ କ୍ବ‌ାର୍ଟରରେ ଅଧିକାଂଶ ସମୟ ରହିବାକୁ ପଡ଼େ, ସେହି ଆଧାରରେ ସେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଛାଡ଼ପତ୍ର ମାମଲା ଦାୟର କରିଥି‌ଲେ। ମାତ୍ର ନିଜର ଅସୁବିଧା ଦର୍ଶାଇ ବର୍ଷା ସେହି ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ଆବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.