ପ୍ରଥମ ଥର ବଡ଼ପରଦାରେ ରୋମାନ୍ସ କରିବେ ବିକି କୌଶଲ ଓ ସାରା ଅଲି ଖାନ୍

ବଲିଉଡ ଅଭିନେତା ବିକି କୌଶଲ ଓ ସାରା ଅଲି ଖାନଙ୍କ ଯୋଡିକୁ ଏବେ ବଡ଼ପରଦାରେ ଦେଖିବେ ଦର୍ଶକ। ବଡ଼ପରଦାରେ ରୋମାନ୍ସ କରିବେ ଏହି ଯୋଡି । ଏନେଇ ଗତ ବୁଧବାର ଜିଓ ଷ୍ଟୁଡିଓ ନିଜର ଆଗାମୀ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଘୋଷଣା କରିସାରିଛି।

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଓ ସାରା ଅଲି ଖାନଙ୍କ ଯୋଡିକୁ ଏବେ ବଡ଼ପରଦାରେ ଦେଖିବେ ଦର୍ଶକ। ବଡ଼ପରଦାରେ ରୋମାନ୍ସ କରିବେ ଏହି ଯୋଡି । ଏନେଇ ଗତ ବୁଧବାର ଜିଓ ଷ୍ଟୁଡିଓ ନିଜର ଆଗାମୀ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଘୋଷଣା କରିସାରିଛି।

ଏଥିରେ ବିକି ଏବଂ ସାରାଙ୍କ ଆଗାମୀ ଚଳଚ୍ଚିତ୍ରର ଟାଇଟଲ ମଧ୍ୟ ଘୋଷଣା କରାଯାଇଥିଲା। ବିକି-ସାରାଙ୍କ ଆଗାମୀ ଚଳଚ୍ଚିତ୍ରର ନାମ ହେଉଛି ‘ଜରା ହଟ୍‌କେ ଜରା ବଚ୍‌କେ’ ରହିଛି। ଏହାକୁ ଲକ୍ଷ୍ମଣ ଉଟେକର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଦର୍ଶକ ମଜାଳିଆ ରୋମାଣ୍ଟିକ ଦୃଶ୍ୟ ଦେଖିବାକୁ ପାଇବେ।

 

ନିକଟରେ ଫିଲ୍ମର ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ଫଟୋରେ ସାରା ଏକ ନୀଳ ଓ ଲାଲ ରଙ୍ଗର ସୁନ୍ଦର ଶାଢ଼ି ସହିତ ମଙ୍ଗଲସୁତ୍ର ପିନ୍ଧିଥିବା ବେଳେ ବିକି କାଜୁଆଲ ପୋଷାକରେ ବାଇକ୍‌ ଚଳାଉଥିବାର ନଜର ଆସିଥିଲେ। ଦୁହିଁଙ୍କ କ୍ୟାମେଷ୍ଟ୍ରିକୁ ପରଦାରେ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ଦାବି କରାଯାଇଛି। ଏଥିରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ ହେବ ବୋଲି କୁହାଯାଉଛି।

ତେବେ ଏହି ଫିଲ୍ମର ସୁଟିଂ ଶେଷ କରିବା ପରେ ସାରା ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଥିଲେ। ଯେଉଁଥିରେ ସେ ତାଙ୍କ ଟିମ୍ କୁ କୃତଜ୍ଞତା ଜଣାଇଥିଲେ। ଏହା ସହିତ ଲେଖିଥିଲେ “ଫିଲ୍ମଟି ସମାପ୍ତ ହୋଇସାରିଛି ବୋଲି ବିଶ୍ବାସ କରିପାରୁ ନାହିଁ! ଧନ୍ୟବାଦ @ laxman.utekar ସାର୍। ସବୁ ମାର୍ଗଦର୍ଶନ, ଧର୍ଯ୍ୟ ଏବଂ ସମର୍ଥନ ପାଇଁ ଆପଣଙ୍କୁ ଧନ୍ୟବାଦ। ସର୍ବଦା ମତେ ବୁଝାଉଥିବାରୁ ଏବଂ ମୋତେ ସର୍ବଦା ଭଲ ଏବଂ ଉନ୍ନତ କରିବାକୁ ପ୍ରେରିତ କରିଥିବାରୁ ଧନ୍ୟବାଦ।”

ଏହା ସହ ସାରା ଭିକିଙ୍କ ସହ କାମ କରିବାର ଅଭିଜ୍ଞତା ମଧ୍ୟ ବାଣ୍ଟିଥିଲେ। ସେ ଲେଖିଥିଲେ ଯେ ବିକି ଜଣେ ନମ୍ର, ପ୍ରତିଭାବାନ ଏବଂ ପ୍ରତିଭାଶାଳୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ସେ ବହୁତ ଭାଗ୍ୟବାନ୍ ଯେ ତାଙ୍କ ସହିତ ସ୍କ୍ରିନ୍ ସେୟାର କରିବାକୁ ସେ ସୁଯୋଗ ପାଇଲେ ଏବଂ ତାଙ୍କଠାରୁ ବହୁତ କିଛି ଶିଖିବାକୁ ମଧ୍ଯ ପାଇଲେ।ତେବେ ବିକି ଏବଂ ସାରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜରା ହଟ୍‌କେ ଜରା ବଚ୍‌କେ’ ଦର୍ଶକଙ୍କୁ କେତେ ମନୋରଞ୍ଜନ କରିପାରୁଛି ତାହା ଫିଲ୍ମଟି ରିଲିଜ୍ ପରେ ହିଁ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.