Below header

ବିଳମ୍ବିତ ରାତିରେ କଙ୍ଗନାଙ୍କ ଘର ନିକଟରେ ଶୁଭିଲା ଗୁଳିର ଆବାଜ, ପୋଲିସ୍‌ରେ ଅଭିଯୋଗ ଆଣିଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ମନାଲୀ ଘର ନିକଟରେ ବିଳମ୍ବିତ ରାତିରେ ଶୁଭିଛି ଗୁଳିର ଆବାଜ  । ଏପରି ଅଭିଯୋଗ ଆଣିଛନ୍ତି କଙ୍ଗନାଙ୍କ ଟିମ୍‌ । କଙ୍ଗନା ରଣାଓ୍ଵତ ଏବେ ମନାଲୀ ସ୍ଥିତ ନିଜ ଘରେ ରହୁଛନ୍ତି । ପୋଲିସ ଆଗରେ ସେ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ସାଢ଼ ୧୧ଟାରେ ସେ ନିଜ ବେଡ୍‌ ରୁମ୍‌ରେ ଥିବା ବେଳେ ତାଙ୍କ ଘର ନିକଟରେ କିଛି ଫୁଟିବା ଶବ୍ଦ ଶୁଭିଲା ।

ତେବେ କେହି ବାଣ ଫୁଟାଉଥିବା ଭାବି ସେ ଏହାକୁ ଧ୍ୟାନ ଦେଇ ନଥିଲେ । ପରେ ପୁଣିଥରେ ଶବ୍ଦ ଶୁଭିବାରୁ ସେ ସିକ୍ୟୁରିଟିକୁ ଦେଖିବାକୁ କହିଥିଲେ । ହେଲେ ସିକ୍ୟୁରିଟି ବାହାରେ କାହାକୁ ପାଇନଥିଲା । ପରେ କଙ୍ଗନାଙ୍କ ଟିମ୍‌ କୁଲ୍ଲ ଥାନାରେ ଅଭିଯୋଗ କଲାପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ହେଲେ କୈାଣସି ସୁରାକ୍‌ ପାଇ ନଥିଲେ ବୋଲି କଙ୍ଗନା କହିଛନ୍ତି । କଙ୍ଗନା କହିଛନ୍ତି ଯେ ପ୍ରଥମେ ମୁଁ ଏହାକୁ ଫଟାକା ବୋଲି ଭାବିଥିଲି ।

manali -kangana

ହେଲେ ଏ ସମୟରେ କେହି ଟୁରିଷ୍ଟ ମନାଲୀ ଆସି ନଥିବାରୁ ମୁଁ ସେଓ ବଗିଚାରେ ପକ୍ଷୀ ଘଉଡାଇବା ପାଇଁ କେହି ବାଣ ଫୁଟାଉଥିବା ଭାବିଥିଲି । ହେଲେ ପରଦିନ ପାଖରେ ଥିବା ସେଓ ବଗିଚାର ମାଲିକଙ୍କୁ ପଚାରିବା ପରେ ସେ ବାଣ ଫୁଟାଇ ନଥିବା କହିଥିଲେ । ଫଳରେ ମୋର ଗୁଳି ଫୁଟିଥିବା ଆଶଙ୍କା ଦୃଢ଼ ହୋଇଥିଲା । କୁଲ୍ଲ ପୋଲିସର ଏକ ଦଳ ଏବେ କଙ୍ଗନାଙ୍କ ଘର ନିକଟରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ।

ପ୍ରକାଶ ଯେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ନେଇ ଅଭିନେତ୍ରୀ କଙ୍ଗନା ବଲିଉଡ୍‌ ଇଣ୍ଡଷ୍ଟ୍ରି ଓ କିଛି ନାମଜାଦା ଅଭିନେତାଙ୍କୁ ସନ୍ଦେହ ଘେରକୁ ଆଣିଥିଲେ । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବହୁ ବିବାଦୀୟ କଥା ମଧ୍ୟ କହିଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । କଙ୍ଗନା ଆହୁରି ଅଭିଯୋଗ ଆଣିଛନ୍ତି ଯେ ରାଜନୈତିକ କମେଣ୍ଟ ଦେବା କାରଣରୁ ଏପରି ହୋଇଛି ।

manali-kangana-1

ତେବେ ସୁଶାନ୍ତଙ୍କ ମାମଲାରେ ସେ କେବେ ଡରିଯିବେ ନାହିଁ । ତାଙ୍କର ଅଭିଯାନ ଜାରି ରହିବ ବୋଲି କଙ୍ଗନା କହିଛନ୍ତି । ମନାଲୀ ସ୍ଥିତ ଘରେ ଏବେ କଙ୍ଗନାଙ୍କ ସହ ତାଙ୍କର ୫ ଜଣ ପରିବାର ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.