ଗଞ୍ଜାମ: ବେଆଇନ ଗୁଟଖା କାରାଖାନା ଉପରେ ଚଢାଉ, ୧ କୋଟି ଟଙ୍କାର ଗୁଟଖା ସହିତ ମେସିନ ଓ ସାମଗ୍ରୀ ଜବତ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗାଁରେ ବେଆଇନ ଭାବେ ଚାଲିଥିବା ଏକ ଗୁଟଖା କାରଖାନା ଉପରେ  ଚଢାଉ କରିଛି ଜିଲ୍ଲା  ପ୍ରଶାସନ  । ଏହି ବେଆଇନ ଗୁଟଖା କାରଖାନା ଦୀର୍ଘ ଦିନ ହେଲା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଆଜି ବ୍ରହ୍ମପୁର ଉପ- ଜିଲ୍ଲାପାଳ ଅଚାନକ୍ ଚଢାଉ କରିଥିଲେ । ଚାରୋଟି ମେସିନ ସହ ଏକ ହଜାର କିଲୋଗ୍ରାମର ଗୁଟଖା ଓ ଗୁଟଖା ତିଆରି ସାମଗ୍ରୀ ଜବତ କରିଛନ୍ତି  । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ  । gutkha company2

ତେବେ ଏଠାରେ କେତେ ଦିନ ହେଲା ଏହି ବେଆଇନ କାରଖାନା ଚାଲିଥିଲା ଓ ଏଥିରେ କେଉଁ ମାନଙ୍କ ସଂପୃକ୍ତି ରହିଛି ସେନେଇ  ତଦନ୍ତ ଜାରି ରହିଥିବା ଜଣାପଡିଛି  ।

ସେହିଭଳି ହୁଗୁଳାପଟାଠାରେ ଥିବା ଅନ୍ୟ ଏକ ବେଆଇନ ଗୁଟଖା କାରଖାନା ଉପରେ ମଧ୍ୟ ଚଢାଉ କରି ପ୍ରାୟ ଏକ କୋଟି ଟଙ୍କାର ଗୁଟଖା ସହିତ ମେସିନ ଓ ଗୁଟଖା ତିଆରି ସାମଗ୍ରୀ ଜବତ କରିଛି ଜିଲ୍ଲା ପ୍ରଶାସନ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.