ବିଦେଶୀ କି ଚାଇନା ନୁହେଁ, ଦେଖନ୍ତୁ କୋରାପୁଟିଆ ପିଲାର ନିଆରା ଜୁଗାଡ଼

ଖାଲି ଚାଇନା ବାଲା ଯେ ସବୁ କିଛି ଆବିଷ୍କାର କରିପାରିବେ ତାହା ନୁହେଁ, ଆମେ ଭାରତୀୟ ବି କିଛି କମ୍ ନୋହୁଁ ଏଥିରେ । ଆଉ ଏଥିରୁ ଆମ ଓଡିଆ ପିଲା ବା କେମିତି ବାଦ୍ ପଡିଯିବେ? ଦର୍ଶକବନ୍ଧୁ ଆପଣ ପ୍ରତ୍ୟକଦିନ ଇଣ୍ଟରନେଟରେ ଦେଶୀ ବିଦେଶୀ, ଅନେକ ଜୁଗାଡ ଦେଖୁଛନ୍ତି କିନ୍ତୁ ଏହି ଜୁଗାଡରେ ଏବେ ଆମ ଓଡିଶାର ଗୋଟେ ପିଲା ରହିଛି ଖୁବ୍ ଚର୍ଚ୍ଚାରେ। ନିଜ ବୁଦ୍ଧି ଖଟାଇ ଏକ ନୂଆ ଆବିଷ୍କାର କରିଛି ଏହି ନବମ ଶ୍ରେଣୀର ଛାତ୍ର। ଉପାନ୍ତ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁୀ ଅଞ୍ଚଳର ଏହି ପିଲାଟିର ନାମ ଅମରେଶ । ଲକ୍ଷ୍ମୀପୁର ବେନିସାର ଗାଁର ବାସିନ୍ଦା ସେନାପତି ଙ୍କ ପୁଅ ହେଉଛି ଅମରେଶ।।

ତେବେ ଏକ ଉପାନ୍ତ ଓ ମାଓ ପ୍ରବଣ ଅଞ୍ଚଳର ପୁଣି ନବମ ଶ୍ରେଣୀରେ ପାଠ ପଢୁଥିବା ଏହି ପିଲା ଯେ ଏମିତି କାମ କରିଥିବ କେହି ବିଶ୍ୱାସ କରିବେ ନାହିଁ । ତେବେ ପିଲାଟି ନିଜ ବୁଦ୍ଧି ବଳରେ ଦେଶୀ ଯୋଗାଡ କରିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ପିଲାଟି ନିଜେ ମଧ୍ୟ ଜଣାଇଛି ଯେ ତା ମୁଣ୍ଡକୁ ଏଭଳି ଆଇଡିଆ କେମିତି ଆସିଲା। ପ୍ରକୃତରେ ଅମରେଶ ରେଲେଓ୍ଵରେ ଲେବର ଭାବେ କାମ କରେ ବୋଲି କହିଛନ୍ତି। ଆଉ ତାଙ୍କ ଘର କାମ କରୁଥିବା ଜାଗା ଠାରୁ ବହୁତ ଦୂର । ତେଣୁ କାମ ଜାଗାକୁ ଆସିବା ପାଇଁ ତାଙ୍କୁ ହଇରାଣ ହେବାକୁ ପଡୁଥିଲା ।

AMARESHଯାହା କୁହାଯାଏ ଆବଶ୍ୟକତା ହିଁ ଉଦଭାବନର ବାଟ ଦେଖାଇ ଥାଏ । ଠିକ୍‌ ସେମିତି ଅମରେଶ ମୁଣ୍ଡକୁ ବୁଦ୍ଧି ଜୁଟିଲା ଏବଂ ନିଜ ସାଇକେଲରେ ଚକ ଲଗାଇ ଦେଲେ । ତାହା ପୁଣି ରେଳ ଧାରଣାକୁ ଫିଟ୍‌ ହେଲା ଭଳି । ଆଉ ତା ପରେ ଚାଲିଲା ଅମରେଶଙ୍କ ଏହି ଅଭିବନବ ଜୁଗାଡ଼ । କେଉଁଠି ଟ୍ରେନ୍‌ ଆସିବାର ସୂଚନା ପାଇଲେ ସେ ସାଇକେଲକୁ ଉଠାଇ ରାସ୍ତା କଡ଼କୁ ଚାଲି ଯାଆନ୍ତି । ଅବଶ୍ୟ ଏହି ଜୁଗାଡ଼ ପାଇଁ ଅମରେଶଙ୍କୁ ବେଶ୍‌ କଷ୍ଟ ଉଠାଇବାକୁ ପଡ଼ିଛି । ତଥାପି ସମୟ ବଞ୍ଚୁଥିବାରୁ ସେ ଭାରି ଖୁସି । ତେବେ ଦର୍ଶକ ବନ୍ଧୁ, ଏହି ଭାଇରାଲ ଭିଡିଓ ଏବେ ଅମରେଶଙ୍କୁ ଜଣେ ସେଲିବ୍ରିଟି ବନାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.