ସନି ଲିଓନିଙ୍କ ସହ ମ୍ୟୁଜିକ୍‌ ଭିଡିଓରେ କାମ କରିବାକୁ ମିଳୁଛି ସୁଯୋଗ, କେବଳ କରିବାକୁ ହେବ ଏହି କାମ

ପର୍ଣ୍ଣଷ୍ଟାରରୁ ହିରୋଇନ୍‌ ପାଲଟିଥିବା ସନି ଲିଓନିଙ୍କୁ କିଏ ବା ନ ଜାଣେ। ତାଙ୍କ ଡ୍ୟାନ୍ସିଂ ଷ୍ଟାଇଲ ଓ ଆକ୍ଟିଂ ଯୋଗୁ ଏବେ ଅଧିକାଂଶ ଯୁବପିଢ଼ି ତାଙ୍କ ଦିଓ୍ଵାନା। ଏଭଳି ସ୍ଥିତିରେ ହଟ୍‌ ଷ୍ଟାର ସନି ଲିଓନିଙ୍କ ସହ କାମ କରିବାକୁ କିଏ ବା ନ ଚାହିଁବ। ତେବେ ବର୍ତ୍ତମାନ ସନି ଲିଓନି ନିଜ ସହ କାମ କରିବାକୁ ଫ୍ୟାନ୍‌ଙ୍କୁ ସୁଯୋଗ ଦେବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ସନି ଲିଓନି ଏକ ମ୍ୟୁଜିକ୍‌ ଭିଡିଓ ନେଇ ଆସୁଛନ୍ତି, ଯେଉଁଥିରେ ସେ ସାଧାରଣ ଲୋକଙ୍କୁ ନିଜ ସହ ନଜର ଆସିବାର ସୁଯୋଗ ଦେବେ।

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରି ନିଜେ ସନି ଲିଓନି ଏହି ସୂଚନା ଦେଇଛନ୍ତି। ଏକ ଭିଡିଓ ପୋଷ୍ଟ କରି ସନି ଲିଓନି କହିଛନ୍ତି, ସେ ଖୁବ୍‌ଶୀଘ୍ର ‘ମଧୁବନ ମେ ରାଧିକା’ ଗୀତ ନେଇ ଆସୁଛନ୍ତି। ଯଦି ଆପଣ ସେଥିରେ ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଏକ କାମ କରିବାକୁ ପଡ଼ିବ। ସନି କହିଛନ୍ତି, ତାଙ୍କ ସହ କାମ କରିବାକୁ ଇଚ୍ଛୁକ ବ୍ୟକ୍ତି ନିଜର ଏକ କ୍ରେଜି ଭିଡିଓ ରିଲ୍ସ ତିଆରି କରି ତାଙ୍କୁ ପଠାନ୍ତୁ। ଯଦି ଉକ୍ତ ଭିଡିଓଟି ସନି ଲିଓନିଙ୍କୁ ପସନ୍ଦ ଆସିବ ତେବେ ସେ ଆପଣଙ୍କୁ ତାଙ୍କ ସହ କାମ କରିବାକୁ ସୁଯୋଗ ଦେବେ। ଆପଣ ବି ତାଙ୍କ ସହ ପରଦାରେ ଅଭିନୟ କରିପାରିବେ।

 

View this post on Instagram

 

A post shared by Sunny Leone (@sunnyleone)

ସୂଚନାଯୋଗ୍ୟ ଯେ ସନି ଲିଓନି ନିଜେ ମଧ୍ୟ ସୋସିଆଲ ମିଡିଆ କୁଇନ୍‌। ସେ ପ୍ରାୟତଃ ନିଜର ଭିନ୍ନ ଭିନ୍ନ ମଜାଳିଆ ଭିଡିଓ ସେୟାର କରିଥାନ୍ତି। ନିକଟରେ ସନିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଭିଡିଓରେ ସେ ସ୍ୱାମୀ ଡାନିଏଲଙ୍କ ସହ ନଜର ଆସିଥିଲେ। ଏଥିରେ ସେ ମଜାରେ ସ୍ୱାମୀଙ୍କ ଉପରେ ଅଟା ପକାଇ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଦର୍ଶକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥିଲେ। ଏଥିସହ ମଜାଳିଆ କମେଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Sunny Leone (@sunnyleone)

ତେବେ କେବଳ ପରିବାର ଲୋକଙ୍କ ସହ ନୁହେଁ, ସନି ଲିଓନି ସୁଟିଂ ସେଟ୍‌ରେ ମଧ୍ୟ ଖୁବ୍‌ ମଜାମସ୍ତି କରିଥାନ୍ତି। ସେ ପ୍ରାୟତଃ ନିଜ ସୋସିଆଲ ମିଡିଆରେ ପ୍ରାଙ୍କ୍‌ ଭିଡିଓ ସେୟାର କରିଥାନ୍ତି। ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଏ।

ସୂଚନାଯୋଗ୍ୟ ଯେ ସନି ଲିଓନି ଏବେ ଯାଏଁ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିସାରିଲେଣି। ବିଗ୍‌ବସ୍‌ରୁ ଲୋକପ୍ରିୟତା ହାସଲ କରିଥିବା ସନି କାମ କରିଥିବା ଫିଲ୍ମଗୁଡ଼ିକ ହେଉଛି ଜିସ୍‌ମ ୨, ଜ୍ୟାକ୍‌ପଟ୍‌, ରାଗିଣୀ ଏମ୍‌ଏମ୍‌ଏସ୍‌ ୨, ଏକ ପହେଲି ଲୀଲା, କୁଛ କୁଛ ଲୋଚା ହୈ, ମସ୍ତି ଜ୍ୟାଦେ, ଓ୍ଵାନ୍‌ ନାଇଟ୍‌ ଷ୍ଟାଣ୍ଡ୍‌, ବେଇମାନ୍‌ ଲଭ୍‌, ତେରା ଇନ୍‌ତଜାର ପ୍ରମୁଖ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.