Below header

ପୂଜାରେ ବାତ୍ୟା ! ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ହୋଇପାରେ ମାଡ

ଭୁବନେଶ୍ବର(କେନ୍ଯୁଜ୍): ପୂଜାରେ ବାତ୍ୟା ଡର। ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ବାତ୍ୟା ମାଡ ହୋଇପାରେ। ବାତ୍ୟାରୁ ବର୍ତ୍ତିଗଲେ ବି ପ୍ରବଳ ବର୍ଷାରେ ବୁଡିବ ଓଡ଼ିଶା। ଏମିତି ଆଶଙ୍କା କଲେଣି ପାଣିପାଗ ବିଶେଷଜ୍ଞ। ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ୪-୫ ଦିନରେ ତାହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତରଉପକୂଳ ଆନ୍ଧ୍ର ଆଡ଼େ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି। ତେବେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ସେନେଇ ମ଼ଡେଲ ଗୁଡିକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ୟୁରୋପିଆନ୍‌ ECMWF କହିଛି କୌଣସି ବାତ୍ୟା ନାହିଁ। କିନ୍ତୁ ଆମେରିକା GFS ମଡେଲ କହୁଛି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ଜିଏଫ୍‌ଏସ୍‌ ମଡେଲ୍‌ ଅନୁସାରେ ୧୬ , ୧୭ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ବାତ୍ୟା ଗତି କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.