Below header

DRDO ଗୁପ୍ତଚର ମାମଲା ପରେ, IB ନିର୍ଦ୍ଦେଶକଙ୍କ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଗସ୍ତ

:IB ନିର୍ଦ୍ଦେଶକଙ୍କ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଗସ୍ତ । DRDO ଗୁପ୍ତଚର ମାମଲା ପରେ IB ନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଗସ୍ତ । DRDO ଘଟଣାରେ ପାକିସ୍ତାନ ଓ ଦୁବାଇ ଭଳି ଲିଙ୍କ୍‌ ଆସିଛି । ଏସମ୍ପର୍କରେ ପୋଲିସ ଡିଜିଙ୍କ ସହ ଆଲୋଚନ କରିଥିବା ସୂଚନା । କ୍ରାଇମବ୍ରାଞ୍ଚ ADGଙ୍କୁ ମଧ୍ୟ ଭେଟିଥିବା ସୂଚନା ।

ପୂର୍ବରୁ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ଆଣି ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ । ଦୁବାଇ ଲିଙ୍କ ସାମନାକୁ ଆସିଥିଲା । ଅଭିଯୁକ୍ତଙ୍କ ପାଖରୁ ଦୁବାଇରୁ ଆସିଥିଲା ଟଙ୍କା । ମହିଳା ବ୍ୟବହାର କରୁଥିଲେ ୟୁକେ ମୋବାଇଲ୍‌ ନମ୍ବର । ଏଥିସହ ବ୍ୟବହାର କରୁଥିଲେ ଭାରତ, ଆମେରିକା, ଜର୍ମାନର ପ୍ରକ୍ସି ଆଇପି ଆଡ୍ରେସ୍‌ । ଏହି ମାମଲାରେ ପୋଲିସ ଡିଜି ଙ୍କ ସହ ଅରବିନ୍ଦ କୁମାର ଆଲୋଚନା କରିଥିବା ନେଇ ସୂଚନା ମିଳିଛି ।

ସେହିଭଳି ଗତ ୨୬ ତାରିଖରେ ଗୃହମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ରଖିଥିଲା ୫ସୂତ୍ରୀ ପ୍ରସ୍ତାବ । ଦିଲ୍ଲୀରେ ମାଓ ରଣନୀତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ୫ଟି ପ୍ରସ୍ତାବ । ଏ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.