ମାଟି ତଳୁ ବିପୁଳ ପରିମାଣ ବିସ୍ଫୋରକ ଜବତ

ଯାଜପୁର(କେନ୍ଯୁଜ୍): ମାଟି ତଳୁ ବିପୁଳ ପରିମାଣ ବିସ୍ଫୋରକ ଜବତ । ଯାଜପୁର ଚେଇଧରାସ୍ଥିତ ଗଙ୍ଗେଇ ଡୁବୁରୀ କଳାପଥର ଖଣି ନିକଟସ୍ଥ ଏକ ପଡ଼ିଆରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ବେଆଇନ ଭାବେ ମାଟି ତଳେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଖବର ପାଇ ରାତିରେ ଧର୍ମଶାଳା ତହସିଲ ଓ ଜେନାପୁର ପୋଲିସ ଚଢ଼ାଉ କରିଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଓ ଜେସିବି ମେସିନ ସହାୟତାରେ ଉକ୍ତ ସ୍ଥାନକୁ ଖୋଲାଯାଇଥିଲା । ବିଳମ୍ବିତ ରାତି ଯାଏ ଚାଲିଥିଲା ଅପରେସନ। ତେବେ କେତେ ପରିମାଣର ବିସ୍ଫୋରକ ପୋତାଯାଇଥିଲା ଓ ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.