Below header

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩ ଦୁର୍ବୃତ୍ତଙ୍କୁ ଗିରଫ କଲା ଦାରିଙ୍ଗବାଡ଼ି ବନବିଭାଗ

ବନ୍ୟଜନ୍ତୁ ଶିକାର ଏବଂ ପୋଡ଼ୁ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦାରିଙ୍ଗବାଡ଼ି ବନବିଭାଗ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି ।

ଦାରିଙ୍ଗବାଡ଼ି : ବନ୍ୟଜନ୍ତୁ ଶିକାର ଏବଂ ପୋଡ଼ୁ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦାରିଙ୍ଗବାଡ଼ି ବନବିଭାଗ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ACF ପ୍ରଫୁଲ୍ଲ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  l

ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ବୁଡ଼ାଗୁଡ଼ା ସେକ୍ସନର ଋତୁଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିବା ନେଇ ସ୍ୟାଟେଲାଇଟ ମାଧ୍ୟମରେ ସୂଚନା ମିଳିଥିଲା । ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଯାଇଥିଲେ । ସେ ସମୟରେ ଜଙ୍ଗଲ ମଧ୍ୟରୁ ତିନି ଜଣ ଦୁର୍ବୃତ୍ତଙ୍କୁ ବନ ବିଭାଗ କର୍ମଚାରୀମାନେ କାବୁ କରିଥିଲେ ।

ସେମାନଙ୍କ ଠାରୁ ଗୋଟିଏ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ, ନିଆଁ ଲଗାଇବା ପାଇଁ ଦିଆସିଲି ସମେତ ଦୁଇଟି ମୋବାଇଲ ଟର୍ଚ୍ଚ ଲାଇଟ ଜବତ ହୋଇଛି । ଗିରଫ ତିନି ଅଭିଯୁକ୍ତ ହେଲେ ଗୁମିକିଆ ପଞ୍ଚାୟତ କିଲୁକୁପା ଗ୍ରାମର ମୋହିତ ପ୍ରଧାନ ,ରାଜେଶ ପ୍ରଧାନ ଓ କୁନ୍ଦୁପାଙ୍ଗା ଗ୍ରାମର ଅକ୍ଷୟ ପ୍ରଧାନ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.