Below header

ବାପା ହେଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ନତାଶା

ଭାରତୀୟ କ୍ରିକେଟ୍‌ ଟିମ୍‌ର ଆଗଧାଡ଼ିର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ଷ୍ଟାନ୍‌କୋବିକ୍‌ ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁଅ ହେବା ଖବର ନିଜେ ହାର୍ଦ୍ଦିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

 

View this post on Instagram

 

We are blessed with our baby boy ❤️🙏🏾

A post shared by Hardik Pandya (@hardikpandya93) on

ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ହାର୍ଦ୍ଦିକ ପୁଅର ହାତର ଫଟୋ ସେୟାର କରି ଏହି ଶୁଭ ଖବର ଦେଇଛନ୍ତି। ଫଟୋ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ଆମେ ପୁତ୍ର ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଛୁ’। ସୂଚନାଯୋଗ୍ୟ ଯେ ସନ୍ତାନ ଆସିବା ନେଇ ନତାଶା ଓ ହାର୍ଦ୍ଦିକ ପୂର୍ବରୁ ସୂଚନା ଦେଇସାରିଥିଲେ। ସେମାନେ ସନ୍ତାନ ଜନ୍ମ ପୂର୍ବରୁ ଫଟୋ ସୁଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.