ଡିଜିଟାଲ କ୍ଳାସ ସମୟରେ ଆପଣଙ୍କ ପିଲାକୁ ହୋଇପାରେ ଗମ୍ଭୀର ସମସ୍ୟା, ଏହିସବୁ କଥାର ନିଶ୍ଚିତ ରଖନ୍ତୁ ଧ୍ୟାନ

କରୋନା ପାଇଁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ତେବେ ଏହାର ସବୁଠାରୁ ବଡ଼ ପ୍ରଭାବ ପଡିଛି ଏଜୁକେସନ ଉପରେ । ପିଲାମାନଙ୍କର ପାଠପଢ଼ା ବର୍ତ୍ତମାନ ଅନଲାଇନ ମାଧ୍ୟମରେ ହେଉଛି । ଏଥିପାଇଁ ଜୁମ, ମାଇକ୍ରୋସଫ୍ଟ ଟିମ, ଗୁଗଲ ମିଟ ଇତ୍ୟାଦିର ବ୍ୟବହାର କରାଯାଉଛି ଯାହାକି ପାଠପଢ଼ାରେ ବର୍ତ୍ତମାନ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଡିଜିଟାଲ ମାଧ୍ୟମରେ ପିଲାମାନଙ୍କ ପାଠପଢା ହୋଇପାରୁଛି ସତ କିନ୍ତୁ ପରିବାରକୁ ଏଥିପାଇଁ ବହୁତ କଷ୍ଟ କରିବାକୁ ପଡୁଛି ଏହାସହିତ ପିଲାମାନଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି । ଯେପରିକି ଚିଡଚିଡାପଣ, ମାନସିକ ସମସ୍ୟା ଏବଂ ଆଖିରେ ଥକାପଣ ଇତ୍ୟାଦି । ସେଥିପାଇଁ ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ବର୍ତ୍ତମାନ ଅଭିଭାବକ ମାନେ ଚିନ୍ତାରେ ପଡିଯାଇଛନ୍ତି । ପିତାମାତା କେବଳ ପିଲାମାନଙ୍କର ଶିକ୍ଷାର ଯତ୍ନନେବା ଜରୁରୀ ନୁହେଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଜରୁରୀ । ପିଲାମାନଙ୍କ ପାଠପଢା ସହିତ ସେମାନଙ୍କୁ କିପରି ଭାବେ ସୁସ୍ଥ ରଖିପାରିବେ, ସେଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଟିପ୍ସ..

ପୋଶ୍ଚର

ଡିଜିଟାଲ୍ କ୍ଲାସରେ ସବୁଠାରୁ ଅଧିକ ଜରୁରୀ ହେଉଛି ପିଲାମାନଙ୍କର ପୋଶ୍ଚର ଯେପରି ଠିକ ରହିବ । ଯାହାଦ୍ୱାରା ତାଙ୍କର ପିଠି କିମ୍ବା ଅଂଟା ଯନ୍ତ୍ରଣା ଭଳି ସମସ୍ୟା ହେବ ନାହିଁ ।

ଆଖିର ଯତ୍ନ

ଡିଜିଟାଲ୍ କ୍ଲାସର ପ୍ରଭାବ ଆଖି ଉପରେ ଅଧିକ ପଡିଥାଏ । ଅନଲାଇନ୍ କ୍ଲାସ୍ ସମୟରେ ଆଣ୍ଟି ଗ୍ଲେୟର୍ ଗ୍ଲାସ୍ ବ୍ୟବହାର କରନ୍ତୁ ଯାହାଦ୍ୱାରା ଆଖିରେ କୌଣସି ପ୍ରକାର ଯନ୍ତ୍ରଣା ହେବ ନାହିଁ । ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଏକ ଭଲ ଆଇଡ୍ରପ ମଧ୍ୟ ବ୍ୟବହାର କରିପାରିବେ ।

ଉନ୍ନତମାନର ଅଡିଓ

ଅଡିଓ ପାଇଁ ଉନ୍ନତ ମାନର ହେଡଫୋନ୍ ବ୍ୟବହାର କରନ୍ତୁ । ପିଲାକୁ ଯାହା ଶିକ୍ଷା ଦିଆଯାଉଛି ତାହା ସ୍ପଷ୍ଟ ଭାବରେ ଶୁଣାଯିବା ଆବଶ୍ୟକ କାରଣ ଅଡିଓରେ ପ୍ରୋବ୍ଲେମ ହେଲେ ତାଙ୍କର ଧ୍ୟାନ ଅନ୍ୟଆଡ଼େ ଚାଲିଯାଇଥାଏ ଏବଂ ପିଲାମାନେ ବିଷୟଟିକୁ ଠିକ ଭାବେ ବୁଝିପାରନ୍ତି ନାହିଁ ।

डिजिटल क्लास के दौरान आपके बच्चे को हो सकती है हेल्थ की ये गंभीर समस्या, इन बातों का रखें ध्यान

ଅଧିକ ସମୟ କମ୍ପ୍ୟୁଟର ସ୍କ୍ରିନରେ ବସନ୍ତୁ ନାହିଁ

ଏକ କମ୍ପ୍ୟୁଟର ସ୍କ୍ରିନକୁ ଲଗାତାର ଦେଖିବା ପିଲାଙ୍କ ପାଇଁ ଚାପ ସୃଷ୍ଟି କରିପାରେ । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ବେଳେବେଳେ ପିଲାମାନଙ୍କୁ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିରେ ସାମିଲ କରାନ୍ତୁ ।

ଘରେ ଯୋଗ କିମ୍ବା ପ୍ରାଣାୟାମ କରନ୍ତୁ 

ଘରେ ପିଲାମାନଙ୍କୁ ବ୍ୟାୟାମ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସେମାନଙ୍କର ଫିଟନେସ୍ ବଜାୟ ରଖିବାରେ ସାହାଯ୍ୟ କରେ । ଯୋଗ, ଡ୍ୟାନ୍ସ ଥେରାପି ମଧ୍ୟ ପିଲାମାନଙ୍କ ପାଇଁ ପ୍ରଭାବଶାଳୀ ହୋଇପାରେ । ଏହାସହିତ କିଛି ଇନଡୋର ଗେମ ପାଇଁ ମଧ୍ୟ ପ୍ଲାନ କରନ୍ତୁ ।

ମାନବ ସମ୍ବଳ ମନ୍ତ୍ରଣାଳୟର କିଛି ନିର୍ଦ୍ଦେଶାବଳୀ

– ପ୍ରାଥମିକ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ ସମୟ 30 ମିନିଟରୁ ଅଧିକ ହେବା ଉଚିତ୍ ନୁହେଁ ।
– ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଦୁଇଟି ଅନଲାଇନ୍ ସେସନ ହେବ । ଗୋଟିଏ ସେସନରେ 45 ମିନିଟର କ୍ଲାସ୍ ରହିବ ।
– ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ, 30-45 ମିନିଟ୍ ସମୟର ଚାରୋଟି ସେସନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.