Below header

ରେଲୱେ ଷ୍ଟେସନରୁ ବଲିଉଡ, ଧୀରେ ଧୀରେ ଜମୁଛି ରାନୁଙ୍କ ପାଦ; ହିମେଶଙ୍କ ସହ ରିଲିଜ ହେଲା ତାଙ୍କର ଦ୍ଵିତୀୟ ଗୀତ

ରାନୁ ମଣ୍ଡଳ ନିଜର ଭଏସ ପାଇଁ କୋଟି କୋଟି ଭାରତୀୟଙ୍କ ହ୍ରୁଦୟ ଜିତି ପାରିଛନ୍ତି। ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା’ ଗାଇ ରାତାରାତି ଷ୍ଟାର ବନିଥିବା ରାନୁଙ୍କର ଏକ ଭିଡିଓ ସଙ୍ଗ୍‌ ‘ତେରି ମେରୀ କାହାନୀ’ ହିମେସ ରେସମିୟା ସେୟାର କରିଥିଲେ। ଯାହା ପରେ ସେହି ଭିଡିଓ ବହୁତ ଲୋକପ୍ରିୟ ହେବା ସହିତ ଖୁବ୍‌ ଭାଇରାଲ ହୋଇଥିଲା। ଏହାପରେ ସେହି ଭିଡିଓ ଭଳି ଟିକଟକରେ ଅନେକ ଭିଡିଓ ଦେଖିବାକୁ ମିଳିଥିଲା। ଭିଡିଓ ସେୟାର ହେବା ପରେ ବହୁତ ଭଲ ରେସପନ୍ସ ଆସିଥିଲା। ଏବେ କିନ୍ତୁ ରାନୁଙ୍କର ଆଉ ଏକ ଭିଡିଓ ଲୋକଙ୍କର ହୃଦୟ ନିଶ୍ଚୟ ଜିତିବ।

himeshରାନୁ ମଣ୍ଡଳ ଗୀତର ରେକର୍ଡିଂ କରୁଥିବା ନଜର ଆସୁଛନ୍ତି। ରାନୁଙ୍କ ପାଖରେ ହିମେଶ ତାଙ୍କୁ ଗାଇଡ୍‌ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସେୟାର କରି ହିମେଶ କ୍ୟାପସନରେ ଲେଖିଛନ୍ତି, ‘ତେରି ମେରି କାହାନୀର ଅପାର ସଫଳତା ପରେ ଏବେ ସେହି ଫିଲ୍ମର ଦ୍ୱିତୀୟ ଗୀତ ରାନୁ ମଣ୍ଡଳଙ୍କ ସୁନ୍ଦର ଭଏସରେ ରେକର୍ଡ ହୋଇଛି। ଭିଡିଓର ଗୋଟିଏ ଝଲକ ଦେଖନ୍ତୁ। ଆପଣ ସମସ୍ତଙ୍କୁ ପ୍ରେମ ଭରା ଧନ୍ୟବାଦ।’

ଏହାସହ ପଢନ୍ତୁ : ଦିନେ ମୃତ ଭାବି ଅଳିଆଗଦାକୁ ଫିଙ୍ଗି ଦେଇଥିଲେ ଡାକ୍ତର, ଆଜି ସେହି ଶିଶୁ ହେଲେ ‘କୌନ୍‌ ବନେଗା କରୋଡପତି’ର ବିଜେତା

ରାନୁ ମଣ୍ଡଳଙ୍କର ଏହି ନୁଆ ଭିଡିଓକୁ ଗୋଟିଏ ଘଣ୍ଟାରେ ପ୍ରାୟ ୧ ଲକ୍ଷ ଭ୍ୟୁଜ୍‌ ମିଳିଗଲାଣି। ସେହିଭଳି କମେଣ୍ଟ ବକ୍ସରେ ଲୋକ ରାନୁଙ୍କର ଭଏସ ସହିତ ହିମେସଙ୍କର ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି-ଆପଣ ସତ ସତିକା ହିରୋ। ରାନୁଙ୍କୁ ପ୍ରଶଂସା କରି ଆଉ ଜଣେ ୟୁଜର ଲେଖିଛନ୍ତି –ବହୁତ ସୁନ୍ଦର ଭଏସ, ଭଗବାନ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ। ସେହିଭଳି ଅନେକ ୟୁଜର ରାନୁଙ୍କର ନୂଆ ଗୀତକୁ ବ୍ଲକବଷ୍ଟର କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.