Below header

‘ଭାଇ ୫୦୦ ରୂପିୟା ଜାଦା ଲେ, ପର ଲ୍ୟାଣ୍ଡ କରବା ଦେ !’ ମଝି ଆକାଶରେ ଏଭଳି ଚିତ୍କାର କରୁଥିଲେ ପାରାଗ୍ଲାଇଡର, କିନ୍ତୁ କାହିଁକି

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ପାରାଗ୍ଳାଇଡିଂ କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ପାରାଗ୍ଲାଇଡିଙ୍ଗ୍‌ କରୁଥିବା ଏହି ଯୁବକଙ୍କ ନାମ ହେଉଛି ବିପିନ ସାହୁ। ଯିଏ ଏବେ ସୋସିଆଲ ମିଡିଆରେ ଓଭରନାଇଟ୍‌ ସେନସେଶନ୍‌ ହୋଇଯାଇଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ସେ ତାଙ୍କ ଇଷ୍ଟ୍ରକଟରଙ୍କୁ କହୁଛନ୍ତି, ‘ମୋ ଠାରୁ ୫୦୦ ଟଙ୍କା ନିଅ କିନ୍ତୁ ମୋତେ ଲ୍ୟାଣ୍ଡ କରାଇଦିଅ’। କେବଳ ଏତିକି ନୁହେଁ ସେ ପାରାଗ୍ଲାଇଡିଂ କରିବାର ଇଚ୍ଛା କାହିଁକି କଲେ ବୋଂଲି ଅନୁତାପ କରି ନିଜକୁ ଦାୟୀ କରୁଥିବା ନଜର ଆସୁଛନ୍ତି।

ନିଜର ପାରାଗ୍ଲାଇଡିଂ ଭିଡିଓ ପାଇଁ ସେ ଅନଲାଇନ ସେଲିବ୍ରିଟୀ ହୋଇଯାଇଛନ୍ତ। ବିପିନ ଆଜି ପର୍ଯ୍ୟନ୍ତ ମିଡିଆ ଚ୍ୟାନେଲକୁ ଦେଇଥିବା ନିଜ ଇଣ୍ଟଭ୍ୟୁର୍ରେ ନିଜର ଅନୁଭୂତି ସେୟାର କରିଛନ୍ତି। ଏହା ସହିତ ସେ ତାଙ୍କର ଭବିଷ୍ୟତ ପ୍ଲାନ ବିଷୟରେ ମଧ୍ୟ ଜଣାଇଛନ୍ତି। ବିପିନ ଜଣାଇଥିଲେ ଯେ ସେ ଏକ ଟ୍ରିପରେ ନିଜ ସାଙ୍ଗ ମାନଙ୍କ ସହିତ ଯାଇଥିଲେ। ସେଠାରେ ସେ ଏବଂ ତାଙ୍କର ଅନ୍ୟ ସାଙ୍ଗ ପାରାଗ୍ଲାଇଡିଂ କରିବା ପାଇଁ ନିଷ୍ପତ୍ତି ନେଲେ। ବିପିନ ନିଜର ଅନୁଭୂତିକୁ ସେୟାର କରି ସେ କହିଛନ୍ତି, ‘ଯେତେବେଳେ ମୁଁ ଆକାଶରେ ଥିଲି ସେତେବେଳେ ବହୁତ ଭଲ ଥିଲି, ଯେମିତି ସାମାନ୍ୟ ତଳକୁ ଆସିଲି ଏବଂ ତଳକୁ ଚାହିଁଲି ସେତେବଳେ ମୋ ମୁହଁରୁ ଯେଉଁ ଶ୍ଳୋକ ପ୍ରବଚନ ବାହାରିଲା ତାହା ଆପଣମାନେ ନିଶ୍ଚୟ ଦେଖିଥିବେ।’

paraସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ଭିଡିଓକୁ ଲୁଚାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସାନ ଭାଇ ଯେତେବେଳେ ଏହି ଭିଡିଓ ତାଙ୍କ ଲାପଟପରୁ ଦେଖିଲେ ସେତେବେଳେ ସେ ସେହି ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। ଏହାପରେ ଭିଡିଓ ବହୁତ ଭାଇରାଲ ହୋଇଗଲା।

ଏହାସହ ପଢନ୍ତୁ : ବାଲକୋଟ ଷ୍ଟ୍ରାଇକର ସେହି ଘଡି ସନ୍ଧି ମୁହୂର୍ତ୍ତର ମୁଖ୍ୟ ନାୟିକା ଯାହା ପାଇଁ ଆଜି ସାରା ଦେଶ ଗର୍ବିତ, ଜାଣନ୍ତୁ କିଏ…

ସେ କହିଲେ ଯେ,‘ଏହା ପୂର୍ବରୁ ମୁଁ କେବେବି ପାର୍କରେ ଲାଗିଥିବା ଦୋଳିରେ ମଧ୍ୟ ବସିନଥିଲି। ଏହା ତାଙ୍କ ଜୀବନରେ ପ୍ରଥମ ଅନୁଭୂତି।’ ଏହି ଭିଡିଓ ପାଇଁ ସେ ରାତିରାତି ଚର୍ଚ୍ଚିତ ହୋଇଗଲେ। ଦେଖୁ ଦେଖୁ ଭିଡିଓଟି ଖୁବ୍‌ ଭାଇରାଲ ହୋଇଗଲା।

parariderଏବେ କରିବେ ସ୍କାଏଡ୍ରାଇଭିଂ

ନିଜ ଫ୍ୟୁଚର ପ୍ଲାନ ବିଷୟରେ ବିପିନ କହିଛନ୍ତି,‘ମୁଁ ଏବେ ସ୍କାଏଡ୍ରାଇଭିଂ କରିବି ଏବଂ ପାରାଶୁଟ୍‌ ନିଜେ ଖୋଲିବି। ଯଦି ଖୋଲି ପାରିବି ନାହିଁ ତେବେ ସିଧା ଯାଇ ଭଗବାନଙ୍କ ପାଖରେ ପହଁଚିଯିବି। ଯଦି ପାରାଶୁଟ୍‌ ଭଲ ଭାବେ ଖୋଲିଦେଲି ତେବେ ଭିଡିଓ ପୁଣି ଆପଣଙ୍କ ସାମ୍ନାରେ ରହିଥିବ।

ସେ ଇନଷ୍ଟ୍ରକଟରଙ୍କୁ ଜଲଦି ଲ୍ୟାଣ୍ଡ କରିବା ପାଇଁ ଲାଞ୍ଚ ମଧ୍ୟ ଦେଇଛନ୍ତି। ସେ କହିଲେ, ବ୍ୟକ୍ତି ଜଣକ ବହୁତ ଭଲ। ମୁଁ ତାଙ୍କୁ ଥ୍ୟାଙ୍କ୍‌ ୟୁ କହିବାକୁ ଚାହିଁବି। ମୁଁ ତାଙ୍କୁ ବହୁତ ଗାଳି କରିଛି କିନ୍ତୁ ସେ ମୋର ଗୋଡ ଭାଙ୍ଗିବାରୁ ରକ୍ଷା କରିଦେଲେ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.