ଅଧ ରାତିରେ ଏହି ଘଟଣା ହେବା ପରେ ସବୁଦିନ ପାଇଁ ବଦଳି ଯାଇଥିଲା ସଲମାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ

ସଲମାନ ଖାନ୍ ଓ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡି ଏକ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ଚର୍ଚ୍ଚାରେ ରହିଥିଲା । କେବଳ ଉଭୟଙ୍କ ଫିଲ୍ମ ନୁହେଁ ତାଙ୍କର ପର୍ସନାଲ ଲାଇଫ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥିଲା । ଫିଲ୍ମ ’ହମ୍ ଦିଲ୍ ଦେ ଚୁକେ ସନମ୍’ ଫିଲ୍ମ ସୁଟିଂ ଅବସରରେ ସଲମାନ ଖାନ୍ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସମ୍ପର୍କ ଟିକେ ନିବିଡ ହୋଇଯାଇଥିଲା । ଉଭୟ ସର୍ବଦା ଏକ ସଂଗରେ ଦେଖିବାକୁ ମିଳୁଥିଲେ ।
କୁହାଯାଏ ଐଶ୍ୱର୍ଯ୍ୟାଙ୍କୁ ନେଇ ସଲମାନ ବହୁତ ପଜେସିଭ ଥିଲେ । ଯାହାକି ଉଭୟଙ୍କ ସମ୍ପର୍କରେ ଧିରେ ଧିରେ ଦୁରତା ସୃଷ୍ଟି କରିଥିଲା । ରିପୋର୍ଟ ଅନୁଯାୟୀ ସଲମାନ ବିବାହ ପାଇଁ ଐଶ୍ୱର୍ଯ୍ୟାଙ୍କ ଠାରୁ ପ୍ରତିଶୃତି ଚାହୁଁଥିଲେ, ହେଲେ ଐଶ୍ୱର୍ଯ୍ୟା ଏଥିପାଇଁ ପ୍ରସ୍ତୁତ ନଥିଲେ ।
ଯାହାକୁ ନେଇ ସଲମାନଙ୍କ ବ୍ୟବହାର ଧିରେ ଧିରେ ଏଗ୍ରେସିଭ ହେଉଥିଲା । ଏଥିପାଇଁ ଉଭୟଙ୍କ ମଧ୍ୟରେ କଥା କଟାକଟି ଚରମ ସ୍ଥାନରେ ପହଞ୍ଚିଥିଲା । ଏହା ଭିତରେ ଏମିତି କିଛି ହେଲା ଯାହା କି ସମ୍ପର୍କକୁ ପୁରା ଭାଙ୍ଗିଦେବାରେ ସହାୟକ ହେଲା ।

ଗୋଟିଏ ରାତିରେ ସଲମାନ ସିଧା ଐଶ୍ୱର୍ଯ୍ୟାଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ଏଠାକୁ ଆସିବା ପରେ ସଲମାନ ଐଶ୍ୱର୍ଯ୍ୟାଙ୍କ କବାଟକୁ ଜୋର ଜୋରରେ ବାଡେଇ ଥିଲେ । କୁହାଯାଏ ସଲମାନ ବହୁତ ରାତି ଯାଏ ଐଶ୍ୱର୍ଯ୍ୟାଙ୍କ କବାଟ ପିଟିଥିଲେ ।
ସଲମାନଙ୍କ ଏହି ହରକତ ପରଦିନ ସବୁ ମିଡିଆରେ ବାହାରିଥିଲା । ଏଥିପାଇଁ ଉଭୟଙ୍କ ପ୍ରତିଛବି ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହି ଘଟଣା ପରେ ଐଶ୍ୱର୍ଯ୍ୟା ରାୟ ସଲମାନଙ୍କ ସହ ବ୍ରେକ ଅପ୍ କରିଦେଇଥିଲେ ।