ଅଧିକ ବିଳମ୍ବିତ ରାତିରେ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଗମ୍ଭୀର କ୍ଷତି, ଜାଣନ୍ତୁ କ’ଣ

ଆଜିକାଲି ଓ୍ଵାର୍କ କଲଚର ଓ ଲାଇଫ ଷ୍ଟାଇଲ ଏମିତି ହୋଇଗଲାଣି ଯେ ଶରୀରରେ କିଛି ନା କିଛି ସମସ୍ୟା ଦେଖାଯାଉଛି । ଏଥିପାଇଁ ବିଳମ୍ବିତ ରାତିରେ ଶୋଇବା ହିଁ ଏହାର ମୁଖ୍ୟ କାରଣ ହୋଇଥାଏ । ଠିକ୍‌ ସମୟରେ ନ ଶୋଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଆସନ୍ତୁ ଜାଣିବା ବିଳମ୍ବରେ ଶୋଇବା ଦ୍ୱାରା କ’ଣ କ’ଣ କ୍ଷତି ହୋଇଥାଏ ।

ରାତିରେ ନିଦ ନ ଆସିବାର ମୁଖ୍ୟ କାରଣ ହୋଇଥାଏ ପ୍ରୋକ୍ରେଷ୍ଟିନେସନ ସିଣ୍ଡ୍ରମ :

ଏହି ସିଣ୍ଡ୍ରମ ଯୋଗୁ ବ୍ୟକ୍ତିଙ୍କୁ ନିଦ ତ ଆସିଥାଏ କିନ୍ତୁ ସେ ଶୋଇ ନଥାଏ । ଏହା ପଛର କାରଣ ହୋଇଥାଏ ଫୋନର ବ୍ୟବହାର । ଟିଭି ଦେଖିବା, ଓଟିଟି ଫ୍ଲାଟଫର୍ମରେ ଫିଲ୍ମ ଆଦିକୁ ନେଇ ଅଧିକ ସମୟ କାଟିବା ଯୋଗୁ ଏପରି ହୋଇଥାଏ ।

କ’ଣ ପାଇଁ ହୋଇଥାଏ ଡେରିରେ ଶୋଇବା ଆଦତ :

ଆଜିକାଲି ବ୍ୟସ୍ତ ଜୀବନ ଭିତରେ ଲୋକ ସର୍ବଦା ନିଜ ସମୟ କାମକୁ ଦେଇଥାନ୍ତି । ତେଣୁ ରାତିରେ ଏକମାତ୍ର ସମୟ ମିଳିଥାଏ ଫୋନରେ ସମୟ ଦେବା, ସାଙ୍ଗଙ୍କ ସହ କଥା ହେବା ଇତ୍ୟାଦି । ଫଳରେ ନିଦ ଖରାପ ହୋଇଥାଏ ।

ବିଳମ୍ବିତ ରାତି ଯାଏ ଚେଇଁବା ଦ୍ୱାରା କ’ଣ ସବୁ ହୋଇଥାଏ କ୍ଷତି :

ଦୀର୍ଘ ସମୟ ଯାଏ ଚେଇଁବା ଯୋଗୁ ଆପଣଙ୍କ କାର୍ଯ୍ୟ କ୍ଷମତା ଉପରେ ଖରାପ ପ୍ରଭାବ ପକାଇଥାଏ ।

ଡେରି ରାତି ଯାଏ ନ ଶୋଇବା ଯୋଗୁ ମାନସିକ ଦୁଶ୍ଚିନ୍ତା ବଢ଼ିଥାଏ ।

ଓଜନ ବଢ଼ିବାର ଅଧିକ ଆଶଙ୍କା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.