ଲକଡାଉନ ଯୋଗୁଁ ଜୁହି କଲେ ଚାଷ, ଲଗାଇଲେ ଟମାଟର ଏବଂ ମେଥି ଲଗାଇ କହିଲେ ‘ଦେଖାଯାଉ କ’ଣ ହେଉଛି’

ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ଵଲା ଏବେ ଲାଇମଲାଇଟରୁ ଦୂରେଇ ରହିଛନ୍ତି। ଫିଲ୍ମ ଦୁନିଆରୁ ଦୂରେଇ ରହି ନିଜ ଫାର୍ମ ହାଉସରେ ସମୟ ବିତାଉଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନଙ୍କ ସହିତ ସକ୍ରିୟ ରହିଥାନ୍ତି। ପୁଣି ଏପରି କିଛି କରି ଜୁହି ଫ୍ୟାନଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ଜୁହି ନିଜ ବାଡିରେ ଟମାଟର ସହିତ ମେଥି ମଞ୍ଜି ଲଗାଇବାରେ ବ୍ୟସ୍ତ ରହିଛନ୍ତି । ଲକଡାଉନ ଚାଲିଥିବା ହେତୁ ଜୁହି ଏପରି କରିବାରେ ବ୍ୟସ୍ତ ରହିଛନ୍ତି। ଯାହାକୁ ଦେଖି ଫ୍ୟାନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

inst

ଜୁହି ଚାଓ୍ଵଲା ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ ୟେ ଦେଖୋ… ମେରା ନୟା କାମ, ମେଥି, କୋଠମିରଔର ଟମାଟର ଲଗାରାହାହୁଁ, ଅବ୍‌ ଦେଖତେଁ ହେଁ କ୍ୟାୟା ହୋତା ହୈ’। ଲକଡାଉନରେ ଘରେ ରହି ରହି ଜୁହି ଶେଷରେ ଏମିତି କାମ କରିଛନ୍ତି। ସୂଚନାଯୋଗ୍ୟ ଜୁହି ଲୁଚଛପି ଜୟ ମେହତାଙ୍କ ବିବାହ କରିନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.