Below header

ଆଉ ଥରେ ବାପା ହେବେ କମେଡି କିଙ୍ଗ କପିଳ ଶର୍ମା !

କମେଡି କିଙ୍ଗ କପିଲ ଶର୍ମାଙ୍କୁ କିଏ ବା ନ ଜାଣେ । ତାଙ୍କୁ ଚିହେଁଇବା ପାଇଁ କୌଣସି ପରିଚୟର ହିଁ ଆବଶ୍ୟକତା ନାହିଁ । କପିଳଙ୍କ ଅନୁଯାୟୀ ଆଜିର ଏହି ସଫଳତା ପାଇବା ପାଇଁ ତାଙ୍କୁ ଖୁବ ପରିଶ୍ରମ କରିବାକୁ ପଡିଛି । ନିଜ କଥା ଚାତୁରୀରେ ସମସ୍ତଙ୍କୁ ହସେଇ ହସେଇ ବେଦମ କରିପାରୁଥିବା କପିଳ ଆଉ ଥରେ ପିତା ହେବାକୁ ଯାଉଛନ୍ତି । ହଁ ଖବର ଟି ଶତ ପ୍ରତିଶତ ସତ । ମିଳିଥିବା ଖବର ଅନୁଯାୟୀ, କପିଳ ଖୁବ ଶୀଘ୍ର ଦ୍ଵିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । କିନ୍ତୁ କପିଳ କିମ୍ବା ତାଙ୍କ ପରିବାର ପକ୍ଷରୁ ଅଫିସିଆଲ ଭାବେ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ତାଙ୍କ ଦୀପାବଳି ଓ କରବାଚୋୖଥ ଫଟୋ ତଥା ଭିଡିଓ ଗୁଡ଼ିକରୁ ହିଁ ସେ ପ୍ରେଗନେଣ୍ଟ ଥିବା ନେଇ ସନ୍ଦେହ କରାଯାଉଛି ।

 

View this post on Instagram

 

A post shared by Kapil Sharma (@kapilsharma)

 

ଯେଉଁଥିରେ ନିଜ ବେବୀ ବମ୍ପକୁ ଲୁଚାଉଥିବାର ନଜର ଆସୁଛନ୍ତି କପିଳଙ୍କ ପତ୍ନୀ ଗିନି । ପ୍ରକୃତରେ କରବା ଚୋୖଥ ଅବସରରେ ଭାରତୀ ନିଜର ଏକ ଲାଇଭ ଭିଡିଓ ପ୍ରସ୍ତୁତ କରି ଇନ୍ଷ୍ଟଗ୍ରାମରେ ସେୟାର କରିଥିଲେ । ଆଉ ଏହି ଭିଡିଓଟିରେ ହିଁ ଗିନିଙ୍କ ଏକ ଝଲକ ଦେଖିବାକୁ ମିଳିଥିଲା । ଏହି ସିନରେ ସେ ଏକ ସାଲୱାର ସୁଟ ପିନ୍ଧିଥିବା ବେଳେ ନିଜକୁ ଯେତେ ଦୂର ସମ୍ଭବ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ମିଡିୟା ରିପୋର୍ଟସ ଅନୁଯାୟୀ, କପିଳଙ୍କ ପତ୍ନୀ ଗିନି ପ୍ରେଗନେଣ୍ଟ ଅଛନ୍ତି ଆଉ ତାଙ୍କ ଦେଖାଶୁଣା କରିବା ପାଇଁ କପିଳଙ୍କ ମା’ ମୁମ୍ବାଇରେ ଆସି ପହଂଚିଛନ୍ତି ।

୨୦୨୧ ରେ ହିଁ ଭୂମିଷ୍ଠ ହୋଇପାରେ କପିଳଙ୍କ ଦ୍ଵିତୀୟ ସନ୍ତାନ । ଅନ୍ୟପକ୍ଷରେ ଦୀପାବଳି ଅବସରରେ କପିଳ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଥିବା ବେଳେ ଏହି ଫଟୋରେ ବି ଏକ ଚୌକି ପଛରେ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଗିନି । କହିରଖିବା ଉଚିତ ହେବକି, ୨୦୧୯ ଡିସେମ୍ବର ୧୦ ତାରିଖରେ ହିଁ କପିଳ ଏକ କନ୍ୟା ସନ୍ତାନର ପିତା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.