ପରିବାର ସହ ଛୁଟି ମନାଇବା ପାଇଁ ଦୁବାଇରେ ପହଞ୍ଚିଲେ ଧୋନୀ,  ଭାଇରାଲ ହେଉଛି ଝିଅ ଜିଭାଙ୍କ କ୍ୟୁଟ୍ ଭିଡିଓ

ଭାରତୀୟ କ୍ରିକେଟ ଟିମ୍ ର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଏବେ ନିଜ ପରିବାର ସହ ଦୁବାଇରେ ଛୁଟି ମନାଉଛନ୍ତି । ପରିବାର ସହ ସମୟ ବିତାଉଥିବା ବେଳେ  ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଧୋନୀଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜିଭା ସମୁଦ୍ର କୂଳ ପାଣିରେ ମସ୍ତି କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଜିଭାଙ୍କ ଅନ୍ଦାଜ୍ ବିଲକୁଲ୍ କ୍ୟୁଟ୍ ଭଳି ଦେଖାଯାଉଛି। ଜିଭା ନିଜର ଏହି ଭିଡିଓ ଏବଂ ଫଟୋକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି, ଯାହାକୁ ବର୍ତ୍ତମାନ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।

zivaଜିଭାଙ୍କର ଏହି ଭିଡିଓରେ ଦେଖିବାକୁ ମିଳିଛି, ଜିଭା ଦୁବାଇ ବିଚ୍ ରେ ସୂର୍ଯ୍ୟାସ୍ତ ସମୟରେ ପାଣିରେ ଖେଳୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଜିଭା ବହୁତ କ୍ୟୁଟ୍ ଦେଖାଯାଉଛନ୍ତି। ସୂଚନା ମୁତାବକ, ଜିଭାଙ୍କର ଏହି କ୍ୟୁଟନେସ୍ ଫଟୋ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ଭାଇରାଲ ହେଉନାହିଁ ବରଂ ଏହା ପୂର୍ବରୁ ଜିଭା ଶରାରା ପିନ୍ଧି କ୍ୟୁଟ୍ ଅନ୍ଦାଜ୍ ରେ ଡ୍ୟାନ୍ସ କରୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

 

View this post on Instagram

 

A post shared by ZIVA SINGH DHONI (@ziva_singh_dhoni)

ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମରେ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭା ଧୋନୀଙ୍କ ଅଫିସିଆଲ୍ ଆକାଉଣ୍ଟ ରହିଛି, ଯାହାଙ୍କୁ ପାଖାପାଖି ୧୮ ଲକ୍ଷ ଲୋକ ଫଲୋ କରୁଛନ୍ତି। ତାଙ୍କର ଏହି ଆକାଉଣ୍ଟକୁ ତାଙ୍କ ମା’ ରାକ୍ଷୀ ଏବଂ ବାପା ମହେନ୍ଦ୍ର ସିଂହ ଧୋନୀ ହ୍ୟାଣ୍ଡେଲ କରୁଛନ୍ତି।

 

View this post on Instagram

 

A post shared by ZIVA SINGH DHONI (@ziva_singh_dhoni)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.